fbpx

ଭାରତକୁ ଖୁବ୍‌ଶୀଘ୍ର ମିଳିବ ଆଉ ଏକ କୋଭିଡ ଭାକ୍ସିନ୍‌: ସ୍ପୁଟନିକ୍‌ ଲାଇଟ୍‌ର ଥାର୍ଡ ଫେଜ୍ ଟ୍ରାଏଲକୁ ମିଳିଲା ଗ୍ରୀନ୍‌ ସିଗ୍‌ନାଲ

ନୂଆଦିଲ୍ଲୀ:ଭାରତକୁ ଖୁବ୍‌ଶୀଘ୍ର ମିଳିବ ଆଉ ଏକ କୋଭିଡ ଭାକ୍ସିନ୍‌ । କରୋନାକୁ ମାତ ଦେବାକୁ ଆସୁଛି ଋଷର ସିଙ୍ଗଲ୍‌ ଡୋଜ୍‌ ଯୁକ୍ତ ଟିକା ସ୍ପୁଟନିକ୍‌ ଲାଇଟ୍‌ । ଯାହାର ଗୋଟିଏ ମାତ୍ର ଡୋଜ୍‌ ଶରୀରକୁ କରୋନା ଠାରୁ ସୁରକ୍ଷା ଦେବାକୁ ଯଥେଷ୍ଟ ବୋଲି କୁହାଯାଉଛି । ଡ୍ରଗ୍ସ କଣ୍ଟ୍ରୋଲ୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ (ଡିସିଜିଆଇ)ଭାରତରେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ଅନୁମତି ଦେଇଛନ୍ତି । କରୋନା ପ୍ରସଙ୍ଗରେ ପ୍ରସ୍ତୁତ ହୋଇଥିବା ସବଜେକ୍ଟ ଏକ୍ସପର୍ଟ କମିଟି (ଏସ୍‌ଇସି)ଏହାର ଟ୍ରାଏଲକୁ ମଞ୍ଜୁରୀ ଦେବାକୁ ଡିସିଜିଆଇକୁ ସୁପାରିଶ କରିଥିଲା । ଏହା ପୂର୍ବରୁ ମଧ୍ୟ ଜୁଲାଇରେ ଋଷର ସିଙ୍ଗଲ ଡୋଜ୍‌ ଭାକ୍ସିନ ସ୍ପୁଟନିକ୍‌ –ଭି’ର ଜରୁରୀକାଳୀନ ବ୍ୟବହାର ପାଇଁ ଏସ୍‌ଇସି ସୁପାରିଶ କରିଥିଲା । ହେଲେ ଭାରତରେ ଏହାର ପରୀକ୍ଷଣ ହୋଇନପାରିବାରୁ କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍‌(ସିଡିଏସସିଓ)ଏହାକୁ ଖାରଜ କରିଥିଲେ ।

ଗତବର୍ଷ ଋଷର ସ୍ପୁଟନିକ୍‌ –ଭି ଭାକ୍ସିନ୍‌ର ପରୀକ୍ଷଣ ପାଇଁ ହାଇଦ୍ରାବାଦ୍‌ ସ୍ଥିତ ଡକ୍ଟର ରେଡ୍ଡି ଲାବୋରାଟୋରିଜ୍‌ ଋଷ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ୍‌ ସହ ଚୁକ୍ତି କରିଥିଲା । କିନ୍ତୁ ଋଷରେ ସିଙ୍ଗଲ ଡୋଜର ପରୀକ୍ଷଣ ଓ ବ୍ୟବହାର କେତେ ସଫଳ ହୋଇଛି ସେନେଇ ଏକ ରିପୋର୍ଟ ମଗାଇବାକୁ ଏସ୍‌ଇସି ଡକ୍ଟର ରେଡ୍ଡି ଲାବୋରାଟୋରୀଜ୍‌ ମୁଖ୍ୟଙ୍କୁ କହିଥିଲା । ଏହା ଆଧାରରେ ଭାରତରେ ଏହାର ପରୀକ୍ଷଣ ଓ ବ୍ୟବହାର ଉପରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଥିଲା । ନିକଟରେ ବିଶ୍ୱର ପ୍ରସିଦ୍ଧ ସ୍ୱାସ୍ଥ୍ୟ ମାଗାଜିନ୍‌ “ଦି ଲାନ୍‌ସେଟ୍‌’ର ଏକ ସର୍ଭେ ରିପୋର୍ଟ ଅନୁସାରେ ଋଷର ସିଙ୍ଗଲ ଡୋଜ୍‌ ଟିକା ସ୍ପୁଟନିକ୍‌ ଲାଇଟ୍‌ରେ କରୋନା ବିରୋଧରେ ୭୮.୬ରୁ ୮୩.୭ ପ୍ରତିଶତ ପ୍ରତିଶେଧକ ଶକ୍ତି ରହିଛି ଯାହା ଡବଲ ଡୋଜ୍‌ ଟିକାଠାରୁ ଯଥେଷ୍ଟ ଅଧିକ ବୋଲି ଜଣାପଡିଛି । ଆର୍ଜେଣ୍ଟିନାର ୪୦ ହଜାର ବୟସ୍କ ବ୍ୟକ୍ତିଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ‘ସ୍ପୁଟ୍‌ନିକ୍‌-ଲାଇଟ୍‌’ ଟିକା ନେଇଥିବା ବ୍ୟକ୍ତି ଯଦି କରୋନାରେ ଆକ୍ରାନ୍ତ ହୁଅନ୍ତି ତେବେ ସେମାନେ ଡାକ୍ତରଖାନା ଯିବା ସମ୍ଭାବନାକୁ ୮୨.୧ଧ ରୁ ୮୭.୬ଧ ପର୍ଯ୍ୟନ୍ତ ହ୍ରାସ ପାଉଛି ବୋଲି ଏହି ଅଧ୍ୟୟନରୁ ଜଣାପଡ଼ିଛି ।

Get real time updates directly on you device, subscribe now.