fbpx

ଆଧାର-ପ୍ୟାନ ଲିଙ୍କକୁ ନେଇ ବଡ଼ ଖବର: ଏତିକି ତାରିଖ ଯାଏଁ ବଢିଲା link ଅବଧି

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ହେତୁ କେନ୍ଦ୍ର ସରକାର ‘ପର୍‌ମାନେଣ୍ଟ୍‌ ଆକାଉଣ୍ଟ୍‌ ନମ୍ବର’ (ପାନ୍‌) ସହ ‘ଆଧାର’ ସଂଯୋଗ ସମୟସୀମା ୨୦୨୨ ମାର୍ଚ ୩୧ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି।ଆୟକର ବିଭାଗ ସୂଚନା ଦେଇଛି ଯେ, କୋଭିଡ୍‌-୧୯ ମହାମାରୀ କାରଣରୁ କରଦାତାମାନେ ସମ୍ମୁଖୀନ ହେଉଥିବା ଅସୁବିଧା ପ୍ରତି ଦୃଷ୍ଟି ଦେଇ ପୂର୍ବରୁ ସେପ୍ଟେମ୍ବର ୩୦ ତାରିଖ ରଖାଯାଇଥିବା ‘ଆଧାର-ପାନ୍‌’ ସଂଯୋଗ ଶେଷ ତାରିଖକୁ ଆହୁରି ୬ ମାସ ବୃଦ୍ଧି କରାଗଲା।

ଏହାର ସମୟସୀମା ପୁନର୍ବାର ବଢ଼ାଯାଉ ବୋଲି କେତେକ କରଦାତା ନିବେଦନ କରିଥିଲେ। ‘ଆଧାର-ପାନ୍‌’ ସଂଯୋଗ ଶେଷ ତାରିଖ ସଂଶୋଧନ କରିବାରେ ଚଳିତ ବର୍ଷ ଏହା ହେଉଛି କେନ୍ଦ୍ର ସରକାରଙ୍କ ଚତୁର୍ଥ ନିଷ୍ପତ୍ତି। କରୋନାଭାଇରସ୍‌ ମହାମାରୀର ଦ୍ବିତୀୟ ଲହରଜନିତ ବାଧାବିଘ୍ନ ହେତୁ ଗତ ଜୁଲାଇ ମାସରେ କେନ୍ଦ୍ର ସରକାର ‘ଆଧାର-ପାନ୍‌’ ସଂଯୋଗ ଶେଷ ତାରିଖ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ବଢ଼ାଇ ଥିଲେ।

Get real time updates directly on you device, subscribe now.