fbpx

ରାଜ୍ୟରେ ଚିକିତ୍ସାକୁ ନେଇ ଆସିଲା ନୂଆ ନିୟମ: ଏବେ ଫାର୍ମାସିଷ୍ଟ ଦେଖିପାରିବେ ରୋଗୀ, ଅନୁମତି ଦେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ରୋଗୀ ଚିକିତ୍ସାରେ ଆସିଛି କିଛି ନୂଆ ନିୟମ । ଏଣିକି ଫାର୍ମାସିଷ୍ଟ ମାନେ ମଧ୍ୟ ରୋଗୀ ଦେଖିବା ସହିତ ଡାକ୍ତରଙ୍କ ଅନୁପସ୍ଥିତିରେ ଔଷଧ ଦେଇପାରିବେ । ଏନେଇ ବିଧିବଦ୍ଧ ଭାବରେ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଯେଉଁ ହସ୍ପିଟାଲରେ ଡାକ୍ତର ନାହାନ୍ତି, ସେଠାରେ ବୁଝାସୁଖା କରୁଥିବା ଫାର୍ମାସିଷ୍ଟମାନେ ରୋଗୀଙ୍କର ଚିକିତ୍ସା କରିପାରିବେ ।

ତେବେ ଏଥିପାଇଁ ସେମାନେ କେଉଁ ରୋଗ ପାଇଁ କେଉଁ ଔଷଧ ଦେବେ, ତାହାର ଏକ ତାଲିକା ଜାରି ହୋଇଛି । ଲକ୍ଷଣ ଯୁକ୍ତ ଜ୍ୱର ପାଇଁ ପାରାସିଟାମଲ, ଆଜିଥ୍ରୋମାସିନ୍, ସେଫିକ୍ୱଜାଇମ୍, ଆମୋକ୍ସିସିଲିନ୍ ମେଡିସିନ୍ ଦେଇପାରିବେ । ସେହିପରି ମ୍ୟାଲେରିଆ, ଚର୍ମରୋଗ, ଡାଇରିଆ ଓ ଅନ୍ୟ ରୋଗ ପାଇଁ ମଧ୍ୟ ଔଷଧ ତାଲିକା ଜାରି ହୋଇଛି । ଏହି ତାଲିକା ଅନୁସାରେ ଫାର୍ମାସିଷ୍ଟମାନେ ରୋଗୀଙ୍କୁ ଔଷଧ ଦେଇପାରିବେ । ଏହା ପୂର୍ବରୁ ଡାକ୍ତରମାନେ ରୋଗୀ ଦେଖନ୍ତି ଓ ମେଡ଼ିସିନ ଦିଅନ୍ତି, ଏଥିରେ ଫାର୍ମାସିଷ୍ଟମାନେ ସହାୟତା କରିଥାନ୍ତି । କିନ୍ତୁ ରାଜ୍ୟ ସରକାର ଯେଉଁ ଗାଇଡଲାଇନ ପ୍ରସ୍ତୁତ କରୁଛନ୍ତି, ସେଥିରେ ଫାର୍ମାସିଷ୍ଟମାନଙ୍କୁ ମଧ୍ୟ ରୋଗୀ ଦେଖିବାକୁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.