fbpx

ପ୍ରକାଶ ପାଇଲା UPSC ୨୦୨୦ ପରୀକ୍ଷାଫଳ; ଶୁଭମ୍ କୁମାର ଟପ୍ପର

ନୂଆଦିଲ୍ଲୀ:ଆଜି ପ୍ରକାଶ ପାଇଲା ୟୁପିଏସିର ୨୦୨୦ ପରୀକ୍ଷା ଫଳାଫଳ । ପୁରା ଦେଶରୁ ସିଭିଲ୍ ସର୍ଭିସରେ ନିଯୁକ୍ତି ପାଇଁ ୟୁପିଏସସି ଦ୍ୱାରା ମୋଟ ୭୬୧ ଜଣ ପ୍ରାର୍ଥୀଙ୍କୁ ସୁପାରିଶ କରାଯାଇଛି । ଏହି ପରିକ୍ଷାରେ ଶୁଭମ କୁମାର ଟପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଜାଗ୍ରତି ଅଓ୍ଵସ୍ଥି । ସେହିପରି ତୃତୀୟ ସ୍ଥାନରେ ଅଙ୍କିତା ଜୈନ ଥିବା ବେଳେ ଚତୁର୍ଥ ସ୍ଥାନରେ ଅଛନ୍ତି ୟସ ଜାଲୁକା ଶୁଭମ୍ ଆଇଆଇଟି ବମ୍ୱେରୁ ସିଭିଲ ଇଞ୍ଜିନିୟରିଂ କରିଥିବା ବେଳେ ଜାଗୃତି manit ଭୋପାଳରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଶିକ୍ଷା ଗ୍ରହଣ କରିଛନ୍ତି। ଟପ୍ ୨୫ ମଧ୍ୟରେ ୧୩ ଜଣ ପୁଅ ରହିଥିବା ବେଳେ ୧୨ ଜଣ ଝିଅ ରହିଛନ୍ତି।

ସିଭିଲ୍ ସର୍ଭିସ୍ ମେଡ଼ ପରୀକ୍ଷାରେ ସମୁଦାୟ ୭୬୧ ଜଣ ପରୀକ୍ଷାର୍ଥୀ କୃତକାର୍ୟ୍ୟ ହୋଇ ଛନ୍ତି। ଏମାନଙ୍କ ମଧ୍ୟରୁ ସାଧାରଣ ବର୍ଗରୁ ୨୬୩ ଜଣ ଥିବାବେଳେ ଓବିସି ବର୍ଗର ୨୨୯ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସେହିପରି ଏସ୍ସି ଓ ଏସ୍ଟି ବର୍ଗରୁ ଯଥାକ୍ରମେ ୧୨୨ ଜଣ ଓ ୬୧ ଏସ୍ଟି ବର୍ଗର ଜଣ ଛାତ୍ରଛାତ୍ରୀ ଅଛନ୍ତି।ଆଇଏଏସ୍ ପାଇଁ ୧୮୦, ଆଇଏଫ୍ଏସ୍ ପାଇଁ ୩୬, ଆଇପିଏସ୍ ପାଇଁ ୨୦୦, ସେଣ୍ଟ୍ରାଲ ସର୍ଭିସ ଗ୍ରୁପ-ଏ ପାଇଁ ୩୦୨ ଓ ଗ୍ରୁପ୍-ବି ପଦବି ପାଇଁ ୧୧୮ ଜଣଙ୍କୁ ନିଯୁକ୍ତି ମିଳିବ।

Get real time updates directly on you device, subscribe now.