fbpx

ସିଦ୍ଧୁଙ୍କ ଇସ୍ତଫା ପରେ କ୍ୟାପଟେନ୍ କଲେ ଟୁଇଟ୍, କହିଲେ ଏପରି

ପଞ୍ଜାବ: ପଞ୍ଜାବ କଂଗ୍ରେସରେ ଘମାସାନ ଲଢ଼େଇ ଜାରି ରହିଛି । ଇତି ମଧ୍ୟରେ ନଭଜୋତ୍ ସିଦ୍ଧୁ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ସୋନିଆ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ସିଦ୍ଧୁ । ତେବେ ସିଦ୍ଧୁଙ୍କ ଇସ୍ତଫା ପରେ ପଞ୍ଜାବ କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି । ଏହାକୁ ନେଇ ଏବେ ରାଜନୀତିରେ କୋଳାହଳ ପରିସ୍ଥିତି ସୃଷ୍ଟି ହୋଇଛି । ପଦରେ ରହିବାର ୭୨ ଦିନ ପରେ ଇସ୍ତଫା ଦେଇଛନ୍ତି ସିଦ୍ଧୁ । ତେବେ ସିଦ୍ଧୁଙ୍କ ଇସ୍ତଫା ପରେ କ୍ୟାପଟେନ୍ ଅମରିନ୍ଦର୍ ନିଜର ପ୍ରତିକ୍ରିୟା ଟୁଇଟ୍ ମାଧ୍ୟମରେ ରଖିଛନ୍ତି । ସେ ଟୁଇଟ୍ ରେ ଲେଖିଛନ୍ତି ଯେ, ମୁଁ ପ୍ରଥମରୁ ହିଁ କହିଥିଲି ଯେ, ଏ ବ୍ୟକ୍ତି ସ୍ଥିର ନୁହେଁ ଏବଂ ସୀମାବର୍ତ୍ତୀ ରାଜ୍ୟ ପାଇଁ ଆଦୌ ଫିଟ୍ ନୁହେଁ ।

ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ପାଖକୁ ପଠାଇଥିବା ଇସ୍ତଫା ପତ୍ରରେ ସିଦ୍ଧୁ ଲେଖିଛନ୍ତି ଯେ, ବୁଝାମଣା କଲେ କୌଣସି ବ୍ୟକ୍ତିର ଚରିତ୍ର ସରିଯାଏ ନାହିଁ । ମୁଁ ପଞ୍ଜାବର ଭବିଷ୍ୟତ ଏବଂ ପଞ୍ଜାବର ଜନତାଙ୍କ କଲ୍ୟାଣ ସହିତ କେବେ ବି ବୁଝାମଣା କରିପାରିବି ନାହିଁ । ତେଣୁ ମୁୁଁ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଉଛି । ମୁଁ କଂଗ୍ରେସ ପାଇଁ କାର୍ଯ୍ୟ କରୁଥିବି । ପଞ୍ଜାବର ଭବିଷ୍ୟତକୁ ନେଇ କୌଣସି ସାଲିସ୍ କରିବି ନାହିଁ । କଂଗ୍ରେସ ଦଳ ପାଇଁ ସେବା ଜାରି ରଖିବି ବୋଲି କହିଲେ ସିଦ୍ଧୁ ।

 

Get real time updates directly on you device, subscribe now.