fbpx

ନା କଂଗ୍ରେସ, ନା ବିଜେପି; କ୍ୟାପଟେନ୍ ଗଢ଼ିବେ ନୂତନ ଦଳ, ଅନେକ ବରିଷ୍ଠ ନେତା ହୋଇପାରନ୍ତି ସାମିଲ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଜାରି ରହିଥିବା ବିବାଦ ମଧ୍ୟରେ ପାର୍ଟି ଛାଡ଼ିବା ନେଇ ଘୋଷଣା କରିସାରିଛନ୍ତି କ୍ୟାପଟେନ୍ ଅମରିନ୍ଦର ସିଂ । ତେବେ ସେ ଏକ ସ୍ୱତନ୍ତ୍ର ପାର୍ଟିର ଗଢ଼ିବେ ବୋଲି ଶୁଣିବାକୁ ମିଳୁଛି । ହେଲେ ଏନେଇ କୌଣସି ଅଫିସିଆଲ୍ ସୂଚନା ମିଳିନାହିଁ । ଆଗାମୀ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଏବଂ ପଞ୍ଜାବ କଂଗ୍ରେସରେ ଜାରି ରହିଥିବା କଳହ ମଧ୍ୟରେ ସେ ନୂଆ ଦଳର ଘୋଷଣା କରିପାରନ୍ତି । ତେବେ ସେ ଆଗାମୀ ୧୫ ଦିନ ମଧ୍ୟରେ ନୂତନ ରାଜନୈତିକ ଦଳ ଗଠନ କରିପାରନ୍ତି । ଏପରିସ୍ଥଳରେ ତାଙ୍କ ସମର୍ଥନରେ ଅନେକ ବରିଷ୍ଠ କଂଗ୍ରେସ ନେତା ରହିଥିବା ଜଣାପଡ଼ିଛି । ଯେଉଁ ମାନେ କଂଗ୍ରେସରେ ଚାଲି ଥିବା ବିବାଦ ନେଇ ଉତକ୍ଷିପ୍ତ ରହିଛନ୍ତି ।

ସୁତ୍ର ଅନୁସାରେ, ପାଖାପାଖି ୧୨ ଜଣରୁ ଅଧିକ ନେତା କ୍ୟାପଟେନ୍ ଙ୍କ ସମ୍ପର୍କରେ ରହିଛନ୍ତି । ତେବେ ଏହା ଭିତରେ ସେ ନିଜ ସମର୍ଥକ ମାନଙ୍କ ସହିତ ଆଗାମୀ ପଦକ୍ଷେପ ସମ୍ପର୍କରେ ବିଚାର ବିମର୍ଶ ଜାରି ରଖିଛନ୍ତି । ଏହା ଭିତରେ ସେ ପଞ୍ଜାବର କିଛି କୃଷକ ନେତା ମାନଙ୍କ ସହ ଭେଟିବାର ଯୋଜନା ବି ରହିଛି । ସୂଚନା ଥାଉ ଯେ, ବୁଧବାର ଦିନ ଅମରିନ୍ଦର୍ ସିଂ, ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟିଥିଲେ । ଯେଉଁଥିପାଇଁ ତାଙ୍କ ବିଜେପି ମୁହାଁ ହେବା କଥା ଶୁଣିବାକୁ ମିଳିଥିଲା । ହେଲେ ଏବେ ସମ୍ପୂର୍ଣ୍ଣ ଭାବରେ ଅନ୍ୟ ଏକ ସମୀକରଣର ବାସ୍ନା ବାରି ହେଉଛି । କିନ୍ତୁ ଗୁରୁବାର ଦିନ ସେ ନିଜେ ଏନେଇ ସ୍ପଷ୍ଟ କରିଥିଲେ ଯେ, ସେ ବିଜେପିରେ ଯୋଗ ଦେଉ ନାହାନ୍ତି । ଅନ୍ୟପଟେ ସେ କଂଗ୍ରେସରେ ରହିବାର ବି କୌଣସି ପ୍ଲାନ୍ ନାହିଁ ।

କ୍ୟାପଟେନ୍ ଗୁରୁବାର ଦିନ କହିଥିଲେ ଯେ, “ମୁଁ ଏ ପର୍ଯ୍ୟନ୍ତ କଂଗ୍ରେସରେ ରହିଛି ହେଲେ କଂଗ୍ରେସରେ ମୁଁ ରହିବି ନାହିଁ । ମୁଁ ନିଜ ସହିତ ଏଭଳି ବ୍ୟବହାର ହେବାକୁ ଦେବି ନାହିଁ” । ସେ ଏହା ମଧ୍ୟ କହିଛନ୍ତି ଯେ, ସେ କୌଣସି ପରିସ୍ଥିତିରେ ବି ନଭଜୋତ୍ ସିଂ ସିଦ୍ଧୁଙ୍କୁ ବିଧାନସଭା ନିର୍ବାଚନରେ ଜିତିବାକୁ ଦେବେ ନାହିଁ । ତେବେ କ୍ୟାପଟେନ୍ ସେପ୍ଟେମ୍ବର ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଦଳ ପ୍ରତି ଥିବା ତାଙ୍କ ଅସନ୍ତୁଷ୍ଟତା ଖୋଲି ପ୍ରକାଶ କରିଥିଲେ । ଆଉ ଏହା ମଧ୍ୟରେ ନଭଜୋତ୍ ସିଂ ସିଦ୍ଧୁ ମଧ୍ୟ ସଭାପତି ପଦରୁ ଇସ୍ତଫା ଦେଇ ପାର୍ଟି ପ୍ରତି ଆହୁରି ସମସ୍ୟା ବଢ଼ାଇ ଦେଇଛନ୍ତି ।

Get real time updates directly on you device, subscribe now.