fbpx

ଶିବରାଜଙ୍କ ଆସନ ଟଳମଳ: ୩ ବରିଷ୍ଠ ନେତାଙ୍କ ଦିଲ୍ଲୀ ଗସ୍ତ ପରେ ବଢ଼ିଲା ଟେନସନ୍

ନୂୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଗତ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ସେ ମୋଦିଙ୍କ ସହ ରାଜ୍ୟର ବିାକଶମୂଳକ କାର୍ଯ୍ୟକୁ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ତେବେ ଏହି ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ କିଛି ରାଜନୀତିକ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ରାଜ୍ୟର ୩ ଜଣ କ୍ଷମତାଶାଳୀ ମନ୍ତ୍ରୀ ଦିଲ୍ଲୀ ଅଭିମୁଖେ ଗସ୍ତ କରିଥିବାରୁ ଏହାକୁ ନେଇ ମଧ୍ୟପ୍ରଦେଶ ରାଜନୀତି ହଲଚଲ୍ ହୋଇଯାଇଛି ।

ସୂଚନା ମୁତାବକ, ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଦିଲ୍ଲୀରେ କିଛି ସ୍ଥାନୀୟ କାର୍ଯ୍ୟକ୍ରମରେ ସାମିଲ ହେବା ସହ କିଛି ନେତାଙ୍କୁ ସାକ୍ଷାତ କରିବେ । ନଗର ପ୍ରଶାସନ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଦିଲ୍ଲୀରେ ଥିବାବେଳେ ୧ ମାସ ମଧ୍ୟରେ ସେ ତିନିରୁ ଚାରି ଥର ସେଠାକୁ ଗସ୍ତ କରିସାରିଲେଣି । ସେ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ମିଶନ-୨ର ଉଦଘାଟନ କାର୍ଯ୍ୟମରେ ସାମିଲ ହେବା ସହ କିଛି ନେତାଙ୍କୁ ଦେଖା କରିବେ । ସେହିପରି ଶିକ୍ଷାମନ୍ତ୍ରୀ ବିଶ୍ୱାସ ସାରଙ୍ଗ ଏବେ ଦିଲ୍ଲୀରେ ରହିଥିବା ବେଳେ ସେ କିଛି କେନ୍ଦ୍ରୀୟ ନେତାଙ୍କୁ ଭେଟିବେ । ତେବେ ମନ୍ତ୍ରୀମାନେ ନିଜ ନିଜ ବିଭାଗୀୟ କାର୍ଯ୍ୟରେ ଦିଲ୍ଲୀ ଯାଇଥିବା ବିଜେପି ମନ୍ତ୍ରୀ ରଜନୀଶ ଅଗ୍ରୱାଲ କହିଛନ୍ତି । ମାତ୍ର ଉତ୍ତରାଖଣ୍ଡ, ଗୁଜରାଟ ପରେ ମଧ୍ୟପ୍ରଦେଶରେ ମଧ୍ୟ ମୁଖ୍ୟମନ୍ତ୍ରୀ ବଦଳିବେ ବୋଲି କଂଗ୍ରେସ ମିଡିଆ କୋଅର୍ଡିନେଟର ନରେନ୍ଦ୍ର ସଲୁଜା କହିଛନ୍ତି ।

Get real time updates directly on you device, subscribe now.