ମୁମ୍ବାଇ: ଶନିବାର ଦିନ ବିଳମ୍ବିତ ରାତିରେ ଏନସିବି ପକ୍ଷରୁ କ୍ରୁଜ୍ ପାର୍ଟି ଉପରେ କରାଯାଇଥିବା ଚଢ଼ାଉ ମାମଲା ନୂତନ ତଥ୍ୟର ଖୁଲାସା ହୋଇଛି । ଏନସିବି ସୁତ୍ରରୁ ପ୍ରକାଶ ଯେ, ଏହି କ୍ରୁଜ୍ ପାର୍ଟିରେ ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟନ୍ତ ଖାନ୍ ପୁଅ ମଧ୍ୟ ରହିଥିଲେ । ତେଣୁ ତାଙ୍କୁ ଏନସିବି ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରୁଛି । ତେବେ ସେ କହିଛନ୍ତି ଯେ, ସେ କେବଳ ଚିଫ୍ ଗେଷ୍ଟ ହୋଇ ସେଠାକୁ ଯାଇଥିଲେ । ହେଲେ ତାଙ୍କ ଲେନ୍ସ ଡବାରୁ ଡ୍ରଗ୍ସ ଜବତ ହୋଇଥିବା ଖବର ଏବେ ସାମନାକୁ ଆସିଛି ।
ଏହି କ୍ରୁଜ୍ ପାର୍ଟି ମାମଲାରେ ଏନସିବି ଏପର୍ଯ୍ୟନ୍ତ ୮ଜଣଙ୍କୁ ଗିରଫ କରିସାରିଲାଣି । ଆର୍ଯ୍ୟନଙ୍କୁ ଏବେ ସୁଦ୍ଧା ପଚରାଉଚରା କରାଯାଉଛି । ତେବେ ଏହି କ୍ରୁଜ୍ ପାର୍ଟିରୁ ୪ ପ୍ରକାରର ଡ୍ରଗ୍ସ ଜବତ ହୋଇଛି । ଯାହାପରେ ଏନସିବି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତେବେ ଆର୍ଯ୍ୟନ୍ ଙ୍କ ସମେତ ୧୩ ଜଣଙ୍କୁ ପୋଲିସ୍ ହେପାଜତକୁ ନିଆଯାଇଛି । ଖାଲି ସେତିକି ନୁହେଁ ଏଥିରେ ତିନି ଜଣ ଯୁବତୀ ମଧ୍ୟ ରହିଛନ୍ତି । ଏମାନେ ଦିଲ୍ଲୀର ବଡ଼ ବଡ଼ ବ୍ୟବସାୟୀ ମାନଙ୍କ ଝିଅ ହୋଇଥିବା ଖବର ମିଳିଛି ।
ଏହି କ୍ରୁଜ୍ ରୁ ପାଖାପାଖି ୩୦ ଗ୍ରାମ ଚରସ, ୨୦ ଗ୍ରାମ କୋକିନ୍, ୨୫ଟି ଏମଡିଏମଏ ଡ୍ରଗ୍ସ ଟାବ୍ଲେଟ୍ସ ଏବଂ ୧୦ ଗ୍ରାମ ଏମଡି ଡ୍ରଗ୍ସ ମିଳିଛି । ତେଣୁ ପୋଲିସ୍ ତଦନ୍ତ ଆରମ୍ଭ କରିବା ପୂର୍ବରୁ ଏମାନେ ସମସ୍ତଙ୍କର ମେଡିକାଲ ଟେଷ୍ଟ କରାଯିବ । ଯଦ୍ୱାରା ଜଣାପଡ଼ିବ ଯେ, କ୍ରୁଜ୍ ପାର୍ଟିରେ ସେମାନେ ଡ୍ରଗ୍ସ ସେବନ କରିଛନ୍ତି କି ନାହିଁ ।