ନୂଆଦିଲ୍ଲୀ : ଦେଶର ସବୁଠୁ ବଡ ଟେଲିକମ ଅପରେଟ କମ୍ପାନୀ ରିଲାଏନ୍ସ ଜିଓର ହଜାର ହଜାର ଗ୍ରାହକଙ୍କୁ ବୁଧବାର ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ଦେଶର ଅନେକ ଅଞ୍ଚଳରେ ଜିଓ ନେଟୱର୍କ ଡାଉନ ଥିବାର ଅଭିଯୋଗ ହୋଇଛି । ଏ ପର୍ଯ୍ୟନ୍ତ ଚାରି ହଜାରରୁ ଅଧିକ ଗ୍ରାହକ ନେଟୱର୍କ ଡାଉନ ଥିବାର ଅଭିଯୋଗ କରିଛନ୍ତି । ମାତ୍ର ଏହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ଯେ, ଦେଶର କେଉଁ କେଉଁ ଅଞ୍ଚଳରେ ଏହି ନେଟୱର୍କ ସମସ୍ୟା ରହିଛି । ଜିଓ ନେଟୱର୍କ ଡାଉନ ହେବା କାରଣରୁ ଗ୍ରାହକଙ୍କୁ କଲ୍ କରିବା ଏବଂ ଇଣ୍ଟରନେଟ୍ ବ୍ୟବହାର କରିବାରେ ସମସ୍ୟା ହେଉଛି ।
Its Almost an Hour With No network. What Is This Behaviour Team Jio ? Didn’t Expect This From Jio !#jiodown #jiodead @reliancejio @JioCare pic.twitter.com/vbZiSsOvTP
— Ayush Dak (@AyushDak) October 6, 2021
ଜିଓ ନେଟୱର୍କ ଡାଉନ ଥିବାର ଅଭିଯୋଗ ସର୍ବ ପ୍ରଥମେ ଆଜି ସକାଳ ପାଖାପାଖି ୯ଟା ୩୦ରେ ଆସିଥିଲା । ଏହା ପରେ ଧିରେ ଧିରେ ଅଭିଯୋଗକାରୀଙ୍କ ସଂଖ୍ୟା ବଢିବାରେ ଲାଗିଲା । ଜିଓ ନେଟୱର୍କରେ ଏହି ଗଡବଡ କାରଣରୁ ଅଳ୍ପ ସମୟରେ ଟ୍ୱିଟରରେ #JioDown ଟ୍ରେଣ୍ଡ କରିବାରେ ଲାଗିଛି ।ଏହି ସମୟରେ ଅନେକ ୟୁଜର୍ସ ନେଟୱର୍କ ଡାଉନ ଥିବାର ଅଭିଯୋଗ କରିଛନ୍ତି । କିଛି ୟୁଜର୍ସ ଲେଖିଛନ୍ତି ଫେସବୁକ, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ ପରେ ଏବେ ଜିଓ ନେଟୱର୍କ ମଧ୍ୟ ଡାଉନ୍ ହୋଇ ଯାଇଛି ।
ରିଲାଏନ୍ସ ଜିଓର ଆନୁଷ୍ଟାନିକ କଷ୍ଟମର କେୟାର ହ୍ୟାଣ୍ଡେଲ @JioCare ରେ ୟୁଜର୍ସଙ୍କ ଅଭିଯୋଗରେ ଭର୍ତ୍ତି ହୋଇ ଯାଇଛି । ଜିଓ କଷ୍ଟମର ଅଧିକାରୀ ଅଭିଯୋଗ ଉପରେ ଜବାବ ଦେଇ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ କିଛି ଘଣ୍ଟାରେ ସେବା ସ୍ୱାଭାବିକ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ।