fbpx

ଟ୍ରେନ ଟିକେଟ ବାତିଲ କରୁଛନ୍ତି କି? କଟିବ ଏତିକି ଟଙ୍କା, ଜାଣନ୍ତୁ କ’ଣ ରହିଛି ନିୟମ

ଭୁବନେଶ୍ୱର: ଟ୍ରେନ ଟିକେଟ ବୁକିଂ କରିବାଠାରୁ ଆରମ୍ଭ କରି କ୍ୟାନ୍ସଲ କରିବା ଆଜିର ସମୟରେ ଅତି ସରଳ ହୋଇଯାଇଛି । ପୂର୍ବଭଳି ଟିକେଟ କାଉଣ୍ଟରରେ ଲାଇନ ଲଗାଇବାକୁ ଦରକାର ପଡ଼ୁନାହିଁ । ଘରେ ବସି ବସି ଆରାମରେ ହୋଇଯାଉଛି ଟିକେଟ ବୁକିଂ କିମ୍ବା କ୍ୟାନ୍ସଲ । ଯଦିଓ ଏହି ପ୍ରକ୍ରିୟା ସମସ୍ତଙ୍କୁ ଅବଗତ ହୋଇସାରିଲାଣି କିନ୍ତୁ ଟିକେଟ କ୍ୟାନ୍ସଲ ହେବା ଦ୍ୱାରା ରେଳବାଇ ତରଫରୁ କେତେ ଚାର୍ଜ କରାଯାଇଥାଏ ତାହା ହୁଏତ ସମସ୍ତଙ୍କୁ ଜଣାନଥାଇପାରେ । ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ ।

କ୍ୟାନ୍ସଲେସନ ଚାର୍ଜ ସବୁ କ୍ଲାସ ପାଇଁ ଅଲଗା ଅଲଗା ରହିଛି । ଏସି ଫାଷ୍ଟ କ୍ଲାସ, ଏସି ଟୁ-ଟିୟର, ଥ୍ରୀ-ଟିୟର, ସ୍ଲିପର, ସେକେଣ୍ଡ କ୍ଲାସ ଆଦିର ଅଲଗା ଅଲଗା ଟିକେଟ କ୍ୟାନ୍ସଲ ଚାର୍ଜ ଦେବାକୁ ହେବ । ଆଇଆରସିଟିସି ଅନୁଯାୟୀ ଆପଣ କେତେ ସମୟ ମଧ୍ୟରେ ଟିକେଟ କ୍ୟାନ୍ସଲ କରୁଛନ୍ତି ତାହା ମଧ୍ୟ ନିର୍ଭର କରିଥାଏ । ଚାର୍ଟ ରେଡି ହେବାପରେ କ୍ୟାନ୍ସଲ କଲେ ତାହାର ଚାର୍ଜ ମଧ୍ୟ ଅଲଗା ଥାଏ । ଯଦି ଆପଣ ଟ୍ରେନ ଛାଡ଼ିବାର ୪୮ ଘଣ୍ଟା ପୂର୍ବରୁ ଟିକେଟ କ୍ୟାନ୍ସଲ କରୁଛନ୍ତି ତେବେ ଏସି ଫାଷ୍ଟ କ୍ଲାସ ପାଇଁ ୨୪୦ ଟଙ୍କା, ଏସି ଟୁ-ଟିୟର ପାଇଁ ୨୦୦ ଟଙ୍କା, ଏସି ଥ୍ରୀ-ଟିୟର ପାଇଁ ୧୮୦ ଟଙ୍କା, ସ୍ଲିପର ପାଇଁ ୧୨୦ ଟଙ୍କା ଏବଂ ସେକେଣ୍ଡ କ୍ଲାସ ପାଇଁ ୬୦ ଟଙ୍କା କଟିଥାଏ ।

ଯଦି ଆପଣ ଟ୍ରେନ୍ ଛାଡ଼ିବାର ୪୮ରୁ ୧୨ ଘଣ୍ଟା ମଧ୍ୟରେ ଟିକେଟ କ୍ୟାନ୍ସଲ କରାଉଛନ୍ତି ତା’ହେଲେ ଟିକେଟର ୨୫% ଟଙ୍କା କଟିବ ଏହା ସହ ଜିଏସଟି ମଧ୍ୟ ଲାଗିବ ଯାହା ଆପଣଙ୍କୁ ଦେବାକୁ ହେବ । ଯଦି ୧୨ ଘଣ୍ଟାର ୪ ଘଣ୍ଟା ମଧ୍ୟରେ କ୍ୟାନ୍ସଲ କରାଉଛନ୍ତି ତେବେ ଆପଣଙ୍କର ଟିକେଟର ଅଧା ମୂଲ୍ୟ କଟିଥାଏ ଏହା ସହ ଜିଏସଟି ମଧ୍ୟ ରହିଛି । ଯଦି ଆପଣ ଅନଲାଇନ୍ ଟିଡିଆର ଭରୁନାହାନ୍ତି ଏବଂ ଟ୍ରେନ ଛାଡ଼ିବାର ୪ ଘଣ୍ଟା ପୂର୍ବରୁ ନିଶ୍ଚିତ ଟିକେଟ କ୍ୟାନ୍ସଲ କରୁଛନ୍ତି ତେବେ ଏଭଳି ପରିସ୍ଥିତିରେ କୌଣସି ରିଟର୍ଣ୍ଣ ମିଳିବନାହିଁ ଏବଂ ଟିକେଟର ପୁରା ପଇସା କଟିବ ।

ତେବେ ଅନଲାଇନରେ ଟିକେଟ କ୍ୟାନ୍ସଲ କରିବା ପାଇଁ ଆଇଆରସିଟିସି ଇ ଟିକେଟିଙ୍ଗ ସର୍ଭିସ ୱେବସାଇଟକୁ ଯାଇ ସେଠାରେ ଆଇଡି ପାସୱାର୍ଡ ଦ୍ୱାରା ଲଗ୍ ଇନ୍ କରନ୍ତୁ । ଏହାପରେ My Transactionsକୁ ଯାଇBook Ticket History କୁ ଯାଆନ୍ତୁ  । ଏଠାରେ ଆପଣଙ୍କୁ ଆପଣଙ୍କ ଟିକେଟ ବିବରଣୀ ଦେଖାଯିବ । ଏହିଠାରେ ଆପଣ ଟିକେଟ କ୍ୟାନ୍ସଲ କରିପାରିବେ ଏବଂ ଧାର୍ଯ୍ୟ ସମୟ ହିସାବରେ ଚାର୍ଜ କଟିବା ସହ ବାକି ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଫେରିଆସିବ ।

Get real time updates directly on you device, subscribe now.