fbpx

ପରିବହନ କମିସନରଙ୍କ ଚିଠି, ୧୦ଟି କ୍ଷେତ୍ରରେ ପଡ଼ିବ ଫାଇନ

ଭୁବନେଶ୍ୱର,୨୯ା୧୧(ଓଡ଼ିଶା ଭାସ୍କର): ଆରଟିଓ ଯାଞ୍ଚ ନେଇ ପୁଣିଥରେ ୩ମାସ ନୂଆ ମୋଟର ଯାନ ଆଇନକୁ କୋହଳ କରାଯାଇଥିଲା । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଏହି ଘୋଷଣା ପରେ ସବୁ ଜିଲ୍ଲାପାଳଙ୍କୁ ପରିବହନ କମିସନର ଚିଠି ଲେଖିଛନ୍ତି । ତାଙ୍କ ସହ ସବୁ ଏସପି ଓ ଡ଼ିସିପିଙ୍କୁ ମଧ୍ୟ ସେ ଚିଠି ଲେଖିଛନ୍ତି । ଏକାସହ ୩-୪ଟିରୁ ଅଧିକ ଗାଡ଼ି ଚେକିଂ ନକରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।ଟ୍ରାଫିକ ଜାମ୍ ଦୃଷ୍ଟିରୁ ଅଧିକ ଗାଡ଼ି ଏକା ସହ ଚେକିଂ ନ କରିବାକୁ ଚିଠି ଲେଖାଯାଇଛି । ଏହାସହ ୧୦ଟି କ୍ଷେତ୍ରକୁ ନେଇ ନିୟମ ଉଲ୍ଲଙ୍ଘନ କଲେ ଫାଇନ ପଡ଼ିବ । ସେଗୁଡ଼ିକ ହେଉଛି
୧) ଅତ୍ୟଧିକ ବେଗରେ ଗାଡ଼ି ଚଳାଇଲେ
୨) ଟ୍ରାଫିକ ସିଗନାଲକୁ ନମାନିଲେ
୩) ମଦ୍ୟପାନ କରି ଗାଡ଼ି ଚଳାଇଲେ
୪) ରଙ୍ଗ୍ ରୁଟରେ ଗାଡ଼ି ଚଳାଇଲେ
୫) ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ
୬) ବିପଦପୂର୍ଣ୍ଣ ଡ୍ରାଇଭିଂ କଲେ
୭) ବାଇକରେ ୩ଜଣ ବସିଲେ
୮) ବିନା ହେଲମେଟରେ ଗାଡ଼ି ଚଳାଇଲେ
୯) ବିନା ସିଟବେଲ୍ଟରେ ଗାଡ଼ି ଚଳାଇଲେ
୧୦)ଓଭର ଲୋଡ଼ିଂ କଲେ ମଧ୍ୟ ଫାଇନ ଦେବାକୁ ପଡ଼ିବ

Get real time updates directly on you device, subscribe now.