fbpx

PhonePeରେ ମୋବାଇଲ ରିଚାର୍ଜ କରୁଛନ୍ତି କି? ଦେବାକୁ ପଡ଼ିବ ପ୍ରୋସେସିଂ ଚାର୍ଜ, ଜାଣନ୍ତୁ କେତେ?

ଲୋକପ୍ରିୟ ଡିଜିଟାଲ ଆପ୍ PhonePe ଏହାର କିଛି ନିୟମରେ କରିଛି ପରିବର୍ତ୍ତନ । ଯଦି ଆପଣ ମଧ୍ୟ PhonePe ଦ୍ୱାରା ମୋବାଇଲ ରିଚାର୍ଜ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ନିରାଶ କରିପାରେ । ଅନଲାଇନ ପେମେଣ୍ଟ ଆପ୍ PhonePe ଦେଶର ଏଭଳି ଆପ୍ ହୋଇଛି ଯାହା ୟୁପିଆଇ ଟ୍ରାନଞ୍ଜାକ୍ସନ ପାଇଁ ମଧ୍ୟ ଦେୟ ନେବା ଆରମ୍ଭ କରିଦେଇଛି । ଡିଜିଟାଲ ପେମେଣ୍ଟ ଆପ୍ PhonePe ୫୦ରୁ ଅଧିକ ଟଙ୍କାର ରିଚାର୍ଜ ଉପରେ ପ୍ରୋସେସିଂ ଫିସ୍ ନେବା ଆରମ୍ଭ କରିଦେଇଛି । ଏହି ଫିସ୍ ୟୁପିଆଇ ମାଧ୍ୟମରେ କରୁଥିବା ଟ୍ରାନଞ୍ଜାକସନ ଉପରେ ମଧ୍ୟ ଲାଗୁହେବ ।

ଜାଣନ୍ତୁ କେତେ ଦେବାକୁ ହେବ ଫିସ୍?

କମ୍ପାନୀ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ ୫୦ଟଙ୍କାରୁ କମ ମୋବାଇଲ ରିଚାର୍ଜ ଉପରେ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ । ୫୦ରୁ ୧୦୦ ଟଙ୍କା ମଧ୍ୟରେ ରିଚାର୍ଜ କରାଉଥିଲେ ୧ ଟଙ୍କା ଏବଂ ୧୦୦ରୁ ଅଧିକ ଟଙ୍କାର ମୋବାଇଲ ରିଚାର୍ଜ କରୁଥିଲେ ୨ ଟଙ୍କା ଦେବାକୁ ପଡ଼ିବ ।

ଉଲ୍ଲେଖଯୋଗ୍ୟ, PhonePeର ସ୍ଥାପନା ୨୦୧୫ରେ ଫ୍ଲିପକାର୍ଟର ପୂର୍ବ ଅଧିକାରୀ ସମୀର ନିଗମ ଏବଂ ରାହୁଲ ,ଚାରୀ ଏବଂ ବୁର୍ଜିନ ଇଞ୍ଜିନିୟର କରିଥିଲେ । ଡିଜିଟାଲ ପେମେଣ୍ଟ ଆପ୍ ରେ ୩୦୦ ମିଲିନ ଅଧିକ ବ୍ୟବହାରକାରୀ ରହିଛନ୍ତି ।

 

Get real time updates directly on you device, subscribe now.