fbpx

ଉତ୍ତରପ୍ରଦେଶରେ ପୁଣି ବଦଳିଲା ଆଉ ଏକ ରେଲ ଷ୍ଟେସନର ନାମ, ଏହି ଷ୍ଟେସନର ପରିବର୍ତ୍ତନ ନାଁ ‘ଅଯୋଧ୍ୟା କାଣ୍ଟ’

ଲକ୍ଷ୍ନୌ:  ଉତ୍ତରପ୍ରଦେଶର ଆଯୋଧ୍ୟା ଅନ୍ତର୍ଗତ ଫୈଜାବାଦ ଷ୍ଟେସନର ନାମ ପରିବର୍ତ୍ତନ କରି ଅଯୋଧ୍ୟା କାଣ୍ଟ କରାଯାଇଛି । ଏ ନେଇ ଖୁବଶୀଘ୍ର ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବ । ତିନିବର୍ଷ ତଳେ ଯୋଗୀ ସରକାର ଫୈଜାବାଦ ଜିଲ୍ଲାର ନାମ ପରିବର୍ତ୍ତନ କରି ଆଯୋଧ୍ୟା ରଖିଥିଲେ । ଆଗକୁ ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ଆସୁ ଥିବାରୁ,ଏହାକୁ ଦୃଷ୍ଟିରେ ରଖି ଯୋଗୀ ସରକାର ଏହି ପଦକ୍ଷେପ ନେଇଛନ୍ତି ।

୨୦୧୮ ଅକ୍ଟୋବରରେ ରାଜ୍ୟର ୨ୟ ଗୁରୁତ୍ୱୂର୍ଣ୍ଣ ସହର ଆଲ୍ଲାହାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ ରଖାଯାଇଥିଲା । ଜୁନ ୨୦୧୮ରେ ରାଜ୍ୟର ଏକ ପ୍ରମୁଖ ରେଳ ଜଙ୍କସନ ମୋଗରସରାଇର ନାମ ପରିବର୍ତ୍ତନ କରି ଆରଏସଏସ ନେତା ଦୀନଦୟାଲ ଉପାଧ୍ୟାୟଙ୍କ ନାମରେ ନାମିତ କରାଯାଇଥିଲା

Get real time updates directly on you device, subscribe now.