fbpx

ଭାରତ-ପାକ୍ ମ୍ୟାଚ୍ ଦେଖିବାକୁ ୟୁଏଇରେ ପହଞ୍ଚିଥିବା ଗୃହମନ୍ତ୍ରୀଙ୍କୁ ଫେରି ଆସିବାକୁ କହିଲେ ଇମ୍ରାନ୍, କଣ ହୋଇଥାଇପାରେ ଏହା ପଛର କାରଣ?

ନୂଆଦିଲ୍ଲୀ: ପାକିସ୍ତାନ ଓ ଭାରତ ମଧ୍ୟରେ ଦୀର୍ଘ ଦିନରୁ ଅନେକ ପ୍ରକାରର ବିବାଦ ଲାଗି ରହିଛି । ତେବେ ଏହାରି ମଧ୍ୟରେ ଏହି ଦୁଇ ଶତ୍ରୁ ରାଷ୍ଟ୍ର ମଧ୍ୟରେ ଆଜି ଟି-୨୦ ମ୍ୟାଚ୍ ହେବାକୁ ଯାଉଛି । ଯାହାକୁ ନେଇ କ୍ରିକେଟ୍ ଫ୍ୟାନ୍ ମାନେ ଖୁବ୍ ଉତ୍ସାହିତ ରହିଛନ୍ତି । ତେବେ ଦୁଇବର୍ଷ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଯଦି ପାକିସ୍ତାନ ଦେଶ ସମ୍ପର୍କରେ ଆଲୋଚନା କରିବା ତେବେ ପାକିସ୍ତାନ ଉପରୁ ଯେତେ ଶକ୍ତ ଦେଖା ଯାଉଛି, ଭିତରୁ ସେ ସେତେ ଶକ୍ତ ନୁହେଁ । ପାକ୍ ର ଭିତିରି ସ୍ଥିତି ଖୁବ୍ ଜଟିଳ ଭିତରେ ଥିବା ଆଶଙ୍କା କରାଯାଉଛି । ଏପରି କହିବାର କାରଣ ହେଲା; ଭାରତ-ପାକିସ୍ତାନ ମଧ୍ୟରେ ଅନୁଷ୍ଟିତ ହେବାକୁ ଥିବା ମ୍ୟାଚ୍ ଦେଖିବାକୁ ୟୁଏଇରେ ପହଞ୍ଚିଥିବା ଗୃହମନ୍ତ୍ରୀ ଶେଖ ରସିଦ୍ ଙ୍କୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଫେରିଆସିବାକୁ କହିଛନ୍ତି ।

ପାକିସ୍ତାନ ଟିଭି ଚ୍ୟାନେଲ୍ ଜିଓ ନ୍ୟୁଜ୍ ମୁତାବକ, ରବିବାର ଦିନ ରସିଦ୍, ଭାରତ-ପାକ୍ ମ୍ୟାଚ୍ ଦେଖିବାକୁ ଦୁବାଇରେ ପହଞ୍ଚିଥିଲେ । ହେଲେ ତାଙ୍କୁ ଦେଶକୁ ଫେରି ଆସିବାକୁ କୁହାଯାଇଥିଲା । ରସିଦ୍ ଦୁବାଇ ଯିବା ପୂର୍ବରୁ ଇମ୍ରାନ୍ ଙ୍କ ଠାରୁ ଅନୁମତି ନେଇଥିଲେ କିନ୍ତୁ ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କୁ ଫେରିବାକୁ କୁହାଗଲା । ବାସ୍ତବରେ ପାକିସ୍ତାନର ସୁରକ୍ଷା ସ୍ଥିତି ଏବେ କୌଣସି ସାଧାରଣ ପରିସ୍ଥିତିରେ ନାହିଁ । ସେଠାରେ ବର୍ତ୍ତମାନ ବିଭିନ୍ନ ପରିସ୍ଥିତି ଖୁବ୍ ଶୀଘ୍ର ଶୀଘ୍ର ବଦଳୁଛି ।

ସୂଚନା ଯୋଗ୍ୟ ଯେ, ପ୍ରତିବନ୍ଧିତ କଟ୍ଟରପନ୍ଥୀ ଇସଲାମୀ ସମୁହ ତହରୀକ୍-ଏ-ଲବୈକ ପାକିସ୍ତାନ(ଟିଏଲପି) ପୂର୍ବରୁ ହିଁ ଘୋଷଣା କରିଥିଲେ ଯେ, ସେମାନେ ନିଜର ମୁଖ୍ୟ ହାଫିଜ୍ ସାଦ୍ ହୁସୈନଙ୍କ ନଜରବନ୍ଦୀ ବିରୋଧରେ ଶୁକ୍ରବାର ଦିନ ଇସଲାମାବାଦ୍ ରୁ ଏକ ବଡ଼ ଧରଣର ପ୍ରଦର୍ଶନ କରିବାକୁ ଯାଉଛନ୍ତି । େତେଣୁ ତାକୁ ନେଇ ପୂର୍ବରୁ ହିଁ ପାକିସ୍ତାନରେ ଜଟିଳ ସ୍ଥିତି ଜାରି ରହିଛି । ତା ଉପରେ ପୁଣି ଏହି ଟି-୨୦ ମ୍ୟାଚ୍, ସ୍ଥିତିକୁ ଆହୁରି ଶୋଚନୀୟ କରିଦେଇଛି । ତେବେ ଇମ୍ରାନ୍ ସରକାର ଟିଏଲପିଙ୍କ ମାର୍ଚ୍ଚ ରୋକିବାକୁ ବ୍ୟବସ୍ଥା କରିଛନ୍ତି । ପ୍ରଦର୍ଶନକୁ ନିୟନ୍ତ୍ରଣ କରିବା ପାଇଁ ଶନିବାର ଦିନ ପାକିସ୍ତାନ ଅର୍ଦ୍ଦସୈନିକ ବଳର ୫୦୦ରୁ ଅଧିକ ସୁରକ୍ଷା କର୍ମୀ ଏବଂ ୧୦୦୦ରୁ ଅଧିକ ସୀମାକର୍ମୀଙ୍କୁ ମୁତୟନ କରିଛନ୍ତି ।

Get real time updates directly on you device, subscribe now.