fbpx

ବର୍ଷକରେ ବଦଳିଗଲା ଭାଗ୍ୟ; ନିବେଶକଙ୍କୁ ମିଳିଲା ୧୭ ହଜାର ଗୁଣ ଲାଭ

ନୂଆଦିଲ୍ଲୀ: ଇଂରାଜୀରେ ଗୋଟିଏ କଥା ଅଛି ଟାଇମ୍ ଇଜ୍ ମନି । ବେଳେବେଳ ଧୈର୍ଯ୍ୟର ସହିତ ଅପେକ୍ଷା କରିବା ଆପଣଙ୍କୁ ବେଶ ଫାଇଦା ପହଞ୍ଚାଇଥାଏ । ଏମିତି ଏକ ଷ୍ଟକ ନିଜ ନିବେଶକଙ୍କୁ ମାଲେମାଲ କରିଛି । ଗୋପାଳ ପଲିପ୍ଲାଷ୍ଟ ନାମକ ଏହି ଷ୍ଟକର ଅଂଶଧନ ମୂଲ୍ୟରେ ପ୍ରାୟ ୧୭ ହଜାର ଗୁଣ ବୃଦ୍ଧି ପାଇଛି । ବର୍ଷେ ପୂର୍ବରୁ ପେନି ଷ୍ଟକ ରହିଥିବା ଗୋପାଳ ପଲିପ୍ଲାଷ୍ଟର ମୂଲ୍ୟ ୪.୫୧ ଟଙ୍କା ରହିଥିଲା ।

୨୯ ଅକ୍ଟୋବର ୨୦୨୦ରେ ଏହି ଷ୍ଟକର ମୂଲ୍ୟ ୪.୫୧ ଟଙ୍କା ରହିଥିବା ବେଳେ ୨୯ ଅକ୍ଟୋବର ୨୦୨୧ରେ ଏହି ଷ୍ଟକର ମୂଲ୍ୟ ବୃଦ୍ଧି ପାଇ ୭୭୨ ଟଙ୍କାରେ ପହଞ୍ଚିଛି । ଯଦି କେହି ନିବେଶକ ଏହି ଷ୍ଟକରେ ୧୦ ହଜାର ନିବେଶ କରିଥାନ୍ତେ ବର୍ଷକ ମଧ୍ୟରେ ଏହି ଅର୍ଥରାଶି ୧୭.୧ ଲକ୍ଷ ଟଙ୍କା ହୋଇଥାନ୍ତା । ଏହା ସହିତ ସମାନ ଭାବରେ ୧ ଲକ୍ଷ ନିବେଶରେ ୧ କୋଟି ୭୧ ଲକ୍ଷ ଟଙ୍କାର ରିଟର୍ଣ୍ଣ ମିଳିଥାନ୍ତା । ବିଗତ ଏକ ବର୍ଷ ମଧ୍ୟରେ ସେନସେକ୍ସରେ ୫୦ ପ୍ରତିଶତ ଏବଂ ନିଫଟିରେ ୯୦ ପ୍ରତିଶତର ଅଭିବୃଦ୍ଧି ଘଟିଥିଲେ ହେଁ ୧୭ ହଜାର ଗୁଣ ଲାଭ ପ୍ରଦାନ କରି ଏହା ସମସ୍ତଙ୍କୁ ଚମକାଇ ଦେଇଛି । ଏହି ଅଂଶଧନର ମୂଲ୍ୟ ଅକ୍ଟୋବର ୧୯ ତାରିଖରେ ୧୨୮୬.୯୫ ଟଙ୍କାରେ ପହଞ୍ଚିଥିଲା । କମ୍ପାନୀର ମାର୍କେଟ କ୍ୟାପିଟାଲ ବର୍ତ୍ତମାନ ୭୯୦ କୋଟି ଟଙ୍କା ରହିଛି । ତେବେ କହି ରଖିବାକୁ ଚାହିଁବୁ ଏମିତି ପେନି ଷ୍ଟକରେ ନିବେଶ କରିବା ବେଳେ ରିସ୍କ ରହିଥାଏ ତେଣୁ ନିବେଶ ପୂର୍ବରୁ ଭଲରେ ଯାଞ୍ଚ କରାଇ ନିଅନ୍ତୁ ।

Get real time updates directly on you device, subscribe now.