fbpx

ମେକ୍ସିକୋରେ ଡ୍ରଗ୍ କାର୍ଟଲ୍ସଙ୍କ ମଧ୍ୟରେ ରକ୍ତ ସଂଘର୍ଷ, ୧୦ ମୃତ; ହତ୍ୟା ପରେ ବ୍ରିଜରେ ଲଟକାଇଲେ ୯ ଶବ

ନୂଆଦିଲ୍ଲୀ: ମେକ୍ସିକୋରୁ ପୁଣିଥରେ ଡ୍ରଗ୍ସ କାର୍ଟଲ୍ସଙ୍କ ମଧ୍ୟରେ ରକ୍ତ ସଂଘର୍ଷର ଖବର ସାମ୍ନାକୁ ଆସିଛି । ଗୁରୁବାର ଦିନ ଜକାଟେକସ୍ ରୁ ୧୦ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏଥିମଧ୍ୟରୁ ଜଣଙ୍କ ମୃତଦେହ ପୁଲ୍ ଦ୍ୱାରା ଲଟକାଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣା ପ୍ରଥମ ନୁହେଁ ପୂର୍ବରୁ ଏକାଧିକ ଥର ଡ୍ରଗ୍ସ କାର୍ଟଲ୍ସଙ୍କ ମଧ୍ୟରେ ଏହିପରି ଭାବରେ ରକ୍ତ ସଂଘର୍ଷ ହୋଇଛି । ପ୍ରତିବର୍ଷ ଏହି ସଂଘର୍ଷରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି । ମେକ୍ସିକୋରେ ଏହିଭଳି ଘଟଣା ଲଗାତର ଭାବରେ ଶୁଣିବାକୁ ମିଳୁଛି । କାରଣ ଏଠାରେ ଅନେକ ସଂଖ୍ୟାରେ ଡ୍ରଗ୍ସ କାର୍ଟଲ୍ସ ରହିଛନ୍ତି ।

ଜକାଟେକସ୍ ଷ୍ଟେଟ୍ ପବ୍ଲିକ ସେଫ୍ଟୀ ଏଜେନ୍ସିର ବୟାନ ଅନୁସାରେ, ଏହିସବୁ ମୃତଦେହ ମେକ୍ସିକୋ ସହରରୁ ଉତ୍ତରରେ ପ୍ରାୟ ୫୫୦ କିମି ଦୂରରେ ଠାବ କରାଯାଇଛି । ଗୋଟିଏ ସ୍ଥାନରେ ପୁଲରେ କେବଳ ୯ଜଣଙ୍କ ଶବକୁ ଲଟକାଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା । ରିପୋର୍ଟ ମୁତାବକ, ସମସ୍ତ ମୃତକ ପୁରୁଷ ଥିଲେ । ଏହିଭଳି ଖବର ସେଠାକାର ଲୋକଙ୍କ ପାଇଁ କିଛି ନୂଆ ନୁହେଁ । ଅନେକ ଥର ଡ୍ରଗ୍ କାର୍ଟଲ୍ସ ମାନେ ସ୍ଥାନୀୟ ଲୋକ ଓ ଶତ୍ରୁ ମାନଙ୍କୁ ଡରାଇବା ପାଇଁ ଏହିଭଳି କାଣ୍ଡକୁ ରୂପ ଦେଇଥାନ୍ତି ।

Get real time updates directly on you device, subscribe now.