fbpx

ନଭେମ୍ବର ୩୦ ସୁଦ୍ଧା ଶେଷ କରନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ଆପଣଙ୍କ PF ଆକାଉଣ୍ଟ୍!

ନୂଆଦିଲ୍ଲୀ: ଇପିଏଫଓ ପକ୍ଷରୁ ୟୁଏଏନ୍ ଓ ଆଧାରକୁ ଲିଙ୍କ୍ କରିବା ବାଧ୍ୟତାମୁଳକ କରିଦିଆଯାଇଛି । ଏହାର ସମୟ ସୀମା ନଭେମ୍ବର ୩୦ ରେ ଶେଷ ହୋଇଯିବ । ଏହା ପୂର୍ବରୁ ଯେଉଁ ମାନେ ୟୁଏଏନ୍-ଆଧାର ଲିଙ୍କ୍ କରିପାରିନାହାନ୍ତି ସେମାନଙ୍କ ପିଏଫ୍ ଖାତା ବନ୍ଦ ହୋଇଯିବ ।

ଇପିଏଫଓ ପୂର୍ବରୁ ଏହି ୟୁଏଏନ୍-ଆଧାର ଲିଙ୍କ୍ ସମୟସୀମା ବଢ଼ାଇଥିଲା । ପୂର୍ବରୁ ଏହାର ସମୟସୀମା ଅଗଷ୍ଟ ୩୧ ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ଏହାପରେ ଏହି ଅବଧିକୁ ପୁଣି ବୃଦ୍ଧି କରାଯାଇଥିଲା । ହେଲେ ଏବେ ଏହି ଅବଧିକୁ ପୁଣି ବଢ଼ାଯିବାର କୌଣସି ଆଶଙ୍କା ନାହିଁ । ତେଣୁ ଯେଉଁ ମାନେ ଲିଙ୍କ କରାଇନାହାନ୍ତି ସେମାନଙ୍କ ପାଖରେ ଏବେ କେବଳ ଦୁଇଦିନ ରହିଛି ।

ଯଦି ଆପଣ ସମୟସୀମା ଭିତରେ ୟୁଏଏନ୍-ଆଧାର ଲିଙ୍କ୍ କରାଇପାରୁନାହାନ୍ତି ତେବେ ପିଏଫ୍ ଖାତାରେ ଜମା ହେବା ବନ୍ଦ ହୋଇଯିବ । ଏହା ବ୍ୟତୀତ ଅଂଶଧାରକ ମାନେ ସେମାନଙ୍କ ଖାତାକୁ ଟଙ୍କା ଉଠାଇପାରିବେ ନାହିଁ । ଏହାଛଡ଼ା ଅନ୍ୟାନ୍ୟ କ୍ଷତି ମଧ୍ୟ ଆପଣ ମାନଙ୍କର ହୋଇପାରେ ।

ଇପିଏଫଓ ପକ୍ଷରୁ Employees Deposit Linked Insurance(EDLI) ପାଇଁ ମଧ୍ୟ ୟୁଏଏନ୍-ଆଧାର ଲିଙ୍କ୍ କରାଇବାକୁ ବାଧ୍ୟତାମୁଳକ କରିଦିଆଯାଇଛି ।

Get real time updates directly on you device, subscribe now.