fbpx

ଖୁବଶୀଘ୍ର ବନ୍ଦ ହେବ ଅନେକ ସିମ୍ କାର୍ଡ; ଆପଣଙ୍କ ନାଁରେ କେତେ ନମ୍ବର ରେଜିଷ୍ଟ୍ରର ଅଛିି ଜାଣିବାକୁ ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ : ଯଦି ଆପଣ ନୂଆ ନୂଆ ନମ୍ବରର ସିମ୍ କାର୍ଡ କିଣିବାକୁ ବା କିଛି ସମୟ ପରେ ନମ୍ବର ବଦଳାଇବାକୁ ପସନ୍ଦ କରନ୍ତି, ତେବେ ଏଥିଯୋଗୁଁ ଆପଣଙ୍କୁ ଏବେ ସମସ୍ୟା ହୋଇପାରେ । ଖୁବଶୀଘ୍ର ଅନେକ ସିମ୍ କାର୍ଡ ବନ୍ଦ କରିବାକୁ ଯାଉଛନ୍ତି ସରକାର । ଟେଲିକମ୍ ବିଭାଗର ନୂଆ ନିଷ୍ପତ୍ତି ଆପଣଙ୍କୁ ଅସୁବିଧାରେ ପକାଇପାରେ ।

ଟେଲିକମ୍ ବିଭାଗ ପକ୍ଷରୁ ବୁଧବାର ଦିନ ଏକ ନୂଆ ନିୟମ ଜାରି ହୋଇଛି, ଯେଉଁଥିରେ ଅଧିକ ସିମ୍ ରଖିବାର ଛାଡକୁ ବାତିଲ କରାଯାଇଛି । ଟେଲି କମ୍ୟୁନିକେସନ ବିଭାଗର ନୂଆ ନିୟମ ଅନୁସାରେ, ଏବେ ୯ଟି ସିମରୁ ଅଧିକ ସିମ୍ ରଖିଥିବା ୟୁଜର୍ସଙ୍କ ସିମ କାର୍ଡ ଯାଞ୍ଚ କରିବା ଓ ନନ୍ ଭେରିଫିକେସନ ମାମଲରେ ସେଗୁଡିକୁ ବନ୍ଦ କରିବାର ଆଦେଶ ଦିଆଯାଇଛି । ଟେଲିକମ୍ ବିଭାଗ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ଯଦି ଗ୍ରାହକଙ୍କ ଠାରୁ ଅଧିକ ସିମ୍ କାର୍ଡ ମିଳେ, ତେବେ ସେମାନଙ୍କୁ ନିଜ ପସନ୍ଦର ସିମ୍ ରଖିବା ଏବଂ ବାକି ସବୁ ବନ୍ଦ କରିବାକୁ ବିକଳ୍ପ ଦିଆଯିବ, କିନ୍ତୁ ଏହାର ସୀମା ୯ରୁ ଅଧିକ ହେବ ନାହିଁ ।

ଟେଲିକମ୍ ବିଭାଗ କହିଛି ଯେ ବିଭାଗ ଦ୍ୱାରା କରାଯାଇଥିବା ସର୍ଭେ ସମୟରେ ଯଦି କୌଣସି ଗ୍ରାହକଙ୍କ ସମସ୍ତ ଟେଲିକମ୍ କମ୍ପାନୀର ସିମ୍ କାର୍ଡର ଧାର୍ଯ୍ୟ ସୀମାଠାରୁ ଅଧିକ ଅଛି, ତେବେ ସମସ୍ତ ସିମ୍ ପୁନ-ଯାଞ୍ଚ କରାଯିବ । ଆର୍ଥିକ ଅପରାଧ, ଆପତ୍ତିଜନକ କଲ୍, ସ୍ୱୟଂଚାଳିତ କଲ୍ ଏବଂ ଠକେଇ ଘଟଣାର ଅନୁସନ୍ଧାନ ଲକ୍ଷ୍ୟରେ ଟେଲିକମ୍ ବିଭାଗ ଏହି ପଦକ୍ଷେପ ନେଇଛି ।
ତେବେ ଆପଣଙ୍କ ନାଁରେ କେତୋଟି ସିମ୍ କାର୍ଡ ଅଛି, ଜାଣିବାକୁ ଏପରି କରନ୍ତୁ ଚେକ୍…

୧: tafcop.dgtelecom.gov.inକୁ ଯାଆନ୍ତୁ । ଆପଣଙ୍କର ମୋବାଇଲ୍ ନମ୍ବର ଏଣ୍ଟର କରନ୍ତୁ ଏବଂ “Request OTP” ଉପରେ କ୍ଲିକ୍ କରନ୍ତୁ ।

୨: ଏବେ ଆପଣ ୬-ଅଙ୍କ ବିଶିଷ୍ଟ ଏକ ଓଟିପି ପାଇବେ । ଓଟିପି ଏଣ୍ଟର କର ଏବଂ “Validate” ଉପରେ କ୍ଲିକ୍ କର ।

୩: ପରବର୍ତ୍ତୀ ପେଜରେ ଆପଣ ଆଧାର ନମ୍ବରରେ ପଞ୍ଜୀକୃତ ସମସ୍ତ ମୋବାଇଲ୍ ନମ୍ବର ଦେଖିବେ ।

୪: ଯଦି ଆପଣ କିଛି ନମ୍ବର ଦେଖନ୍ତି ଯାହା ଆପଣଙ୍କର ନୁହେଁ, କିମ୍ବା ଆପଣ ବ୍ୟବହାର କରିବାକୁ ଚାହୁଁନାହାଁନ୍ତି, କେବଳ ନମ୍ବର ପାଖରେ ଏକ ଟିକ୍ କରନ୍ତୁୁ ଏବଂ “Report” ଉପରେ କ୍ଲିକ୍ କରନ୍ତୁ । ଯଦି ସମସ୍ତ ସଂଖ୍ୟା ଆପଣଙ୍କର ଅଟେ, ଏବଂ ଆପଣ ସେଗୁଡିକ ବ୍ୟବହାର ଜାରି ରଖିବାକୁ ଚାହାଁନ୍ତି, ତେବେ କୌଣସି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ ।

୫: ଗାଇଡଲାଇନ୍ ଅନୁସାରେ, ଜଣେ ଗ୍ରାହକଙ୍କୁ ନଅଟି ମୋବାଇଲ୍ କନେକ୍ସନ ରଖିବାକୁ ଅନୁମତି ଦିଆଯାଇଛି । ଯେଉଁମାନଙ୍କର ଗୋଟିଏ ଆଧାରରେ ନଅରୁ ଅଧିକ ନମ୍ବର ଅଛି ସେମାନଙ୍କୁ ଏକ ଏସଏମଏସ ପଠାଯିବ ।

Get real time updates directly on you device, subscribe now.