ଧନିଆ ପତ୍ର ଭଳି ଦେଖାଯାଉଥିବା ବ୍ୟାଗ୍‌… ସେତିକି ମୂଲ୍ୟରେ କିଣିପାରିବେ ବିଳାସପୂର୍ଣ୍ଣ କାର

ନୂଆଦିଲ୍ଲୀ: ବିଶିଷ୍ଟ ଫ୍ୟାଶନ୍ ବ୍ରାଣ୍ଡ୍ ମୋଶିନୋ(Moschino) ଏକ ନିଆରା ଡିଜାଇନର ବ୍ୟାଗ୍ ଲଞ୍ଚ୍ କରିଥିଲେ । ଏହି ବ୍ୟାଗ୍ ଦେଖିବାକୁ ଅବିକଳ ପାଉଁରୁଟି ଭଳି । ବର୍ତ୍ତମାନ ସେ ଆଉ ଏକ ଅଜବ ବ୍ୟାଗ୍ ଲଞ୍ଚ୍ କରିଛନ୍ତି ଯାହାର ମୂଲ୍ୟ ଜାଣିଲେ ଆପଣଙ୍କ ହୋଶ୍ ଉଡ଼ିଯିବ । ଏହା ଦେଖିବାକୁ ସେଲେରି (Celery) ଭଳି ଯାହାକି ଏକ ପରିବା ଅଟେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ବ୍ୟାଗକୁ ନେଇ ଚର୍ଚ୍ଚା ଦେଖାଦେଇଛି ।

ଫ୍ୟାଶନ୍ ଦୁନିଆରେ ପ୍ରତିଦିନ କିଛି ନା କିଛି ନୂଆ ଦେଖିବାକୁ ମିଳିଥାଏ । ଏବେ ବିଶିଷ୍ଟ ଫ୍ୟାଶନ୍ ବ୍ରାଣ୍ଡ୍ ମୋଶିନୋ ସମସ୍ତଙ୍କୁ ଚକିତ କରିଛି । ପରିବା ଭଳି ଦେଖାଯାଉଥିବା ବ୍ୟାଗ୍ ଲଞ୍ଚ୍ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଏହି ବ୍ରାଣ୍ଡ । ସବୁଜ ରଂଗର ୨ଟି ଶେଡରେ ଚମଡ଼ା(ଲିଦର) ବ୍ୟବହାର କରାଯାଇଛି । ନିଆରା ଏବଂ ନିକ୍ଷୁଣ ଡିଜାଇନରେ ଏହି ବ୍ୟାଗ୍ ପ୍ରସ୍ତୁତ କରାଯାଇଛି । ଏହି ବ୍ୟାଗର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା($4, 470) । ଏହି ବିଳାସପୂର୍ଣ୍ଣ ବ୍ୟାଗ ‘ପ୍ରାକୃତିକ’ ଏବଂ ‘ମୂଳ ଭାବନା’ର ପ୍ରତୀକ ଅଟେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ବ୍ୟାଗକୁ ଦେଇ ଅନେକ ୟୁଜର୍ସ କମେଣ୍ଟ ମଧ୍ୟ କରିଛନ୍ତି । ଏହା ପୂର୍ବରୁ ମୋଶିନୋ ପାଉଁରୁଟି ଆକାରର ଏକ ବ୍ୟାଗ୍ ପ୍ରସ୍ତତ କରିଥିଲେ ଯାହାର ମୂଲ୍ୟ $1, 205(ଭାରତୀୟ ମୁଦ୍ରାରେ ୧ ଲକ୍ଷ ଟଙ୍କା) ଥିଲା । ଏହା ବ୍ୟତୀତ ରୋସେଟା ବ୍ୟାଗ୍‌, ବେକରୀ ପେପର୍ ବ୍ୟାଗ୍ ଲଞ୍ଚ କରିଥିଲା ଏହି ବ୍ରାଣ୍ଡ୍ ।

 

View this post on Instagram

 

A post shared by Marketing Mind (@marketingmind.in)