fbpx

(ଭିଡ଼ିଓ)ତୁମେ ପଛରେ ବସ ଗାଡି ମୁଁ ଚଳାଉଛି ….

ନୂଆଦିଲ୍ଲୀ:ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ପୋଷ୍ଟ ହୋଇଥିବାର ଦେଖିଥିବେ କିନ୍ତୁ ଏଭଳି କିଛି କିଛି ଭିଡିଓ ରହିଥାଏ ଯାହାକୁ ଦେଖିବା ଦ୍ୱାରା ଆପଣଙ୍କୁ ଲାଗିବ ଆହା ଏ ଆଖି କି ଦୃଶ୍ୟ ଦେଖିଲା। ମୁଖ୍ୟତଃ ଜୀବନ ସାଥୀ ସେହି ମାନେ ହୋଇଥାଆନ୍ତି ଯିଏ ଦୁଃଖ ଆଉ ସୁଖରେ ଆମର ସହଭାଗିତା ହୋଇଥାଆନ୍ତି ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭଳି ଏକ ଭିଡିଓ ଖୁବ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ତାଙ୍କ ବାଇକ ପଛରେ ଜଣେ ବୃଦ୍ଧଙ୍କୁ ବସେଇ ନେଉଥିବାର ଦେଖିବାକୁମିଳିଛି । ଆମେ ସାଧାରଣତଃ ବାଇକରେ ଗୋଟିଏ ପୁରୁଷ ପଛରେ ମହିଳାଙ୍କୁ ବସେଇ ନେଉଥିବାରୁ ଦୃଶ୍ୟ ଦେଖିଥାଉ । କିନ୍ତୁ ଭାଇରାଲ ହେଉଥିବା ଏହି ଭିଡିଓଟିରେ ଠିକ ଓଲଟା ହେଉଛି । ପୁରୁଷଟି ଗାଡି ପଛରେ ମହିଳା ପରି ଗୋଡ କରି ବସିଛନ୍ତି ଆଉ ମହିଳା ଗାଡି ଚଳାଉଛନ୍ତି । ତେବେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । କିଛି କିଛି ଲୋକ ଏହି ଭିଡିଓକୁ ଦେଖି ଖୁବ ତାରିଫ ମଧ୍ୟ କରୁଛନ୍ତି ।

ଭିଡିଓ ଭାଇରାଲ ହେବା ପରଠାରୁ ଏହାକୁ ଲକ୍ଷାଧିକ ଲୋକ ଦେଖିବା ସହ ଗନ୍ତବ୍ୟସ୍ଥଳକୁ କମେଣ୍ଟରେ ଭର୍ତ୍ତି କରିଦେଇଛନ୍ତି । ଦମ୍ପତ୍ତିଙ୍କ ବୟସ ଅନୁସାରେ ସେ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ଖୁବ ପ୍ରଂଶସାର ପାତ୍ର ବୋଲି ପ୍ରକାଶ କରାଯାଇଛି । ଏହାକୁ ସେୟାର ହେବାର କିଛି କ୍ଷଣ ମଧ୍ୟରେ ୩.୬ ମିଲିୟନରୁ ଅଧିକ ଲୋକ ଦେଖିଛନ୍ତି । ଏହାସହ ୩ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ କରିଛନ୍ତି । ତେବେ ବହୁ ସମୟରେ ସୋସିଆଲ ମିଡିଆରେ ଏହି ଭଳି ଅନେକ ଭିଡିଓ ସେୟାର ହୋଇଥାଏ ଯାହାକୁ ଦେଖିଲେ ଆପଣ ବହୁତ କିଛି ଶିଖିବାକୁ ପାଇବେ ।

 

 

View this post on Instagram

 

A post shared by Susmita Dora (@the_aspiring_seed)

Get real time updates directly on you device, subscribe now.