fbpx

ଲଦାଖରେ ଅଜବ ଜନ୍ତୁକୁ ନେଇ ଚର୍ଚ୍ଚା: ଆପଣ କେବେ ଦେଖିଛନ୍ତି କି ଏମିତି ଜୀବ?

ନୂଆଦିଲ୍ଲୀ: ଦେଶର ବିଭିନ୍ନ କୋଣ ଅନୁକୋଣରେ ଏମିତି ଅନେକ ଜୀବଜନ୍ତୁ ଅଛନ୍ତି, ଯେଉଁମାନେ ସମୟ ସମୟରେ ଦେଖା ଦେଇଥାନ୍ତି । ତେବେ ଏହି ସମୟରେ ସେମାନଙ୍କୁ ଦେଖିବା ପାଇଁ କୌତୁହଳ ସୃଷ୍ଟି ହୋଇଯାଏ । ସୋସିଆଲ ମିଡିଆରେ ବର୍ତ୍ତମାନ ଏମିତି ଏକ ଦୁର୍ଲଭ ଜନ୍ତୁର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାରତୀୟ ବନ ଅଧିକାରୀ ପରୱୀନ କସବାନ ଟ୍ୱିଟରରେ ଏହାର ଏକ ଭିଡିଓ ଅପଲୋଡ କରିଛନ୍ତି । ତେବେ ଏହାକୁ ବିଲେଇ ପ୍ରଜାତିର ଏକ ପଶୁ ବୋଲି କୁହାଯାଉଛି ।

ଭିଡିଓରେ ଦେଖାଯାଉଥିବା ଏହି ପଶୁଟି ବଡ ବିଲେଇ ଭଳି ଦେଖାଯାଉଥିବା ବେଳେ ଏହାର କାନ ମୁନିଆ । ତେବେ ଏହାର ମୁହଁ ବାଘ ପରି ଦେଖାଯାଉଛି ଏବଂ ଶରୀର ଓ ଚାଲିଚଳଣୀ କୁକୁର ସହ ମିଶୁଥିବାର ଦେଖାଯାଇଛି । ଏହି ଭିଡିଓଟି ଲଦାଖରେ ଶୁଟ କରାଯାଇଛି । ଆଇଏଫଏସ ପରୱିନ କାସୱାନ ଟ୍ୱିଟ କରି ଲେଖିଛନ୍ତି ଯେ, ଲଦାଖରେ ମିଳିଥିବା ଏହି ପଶୁର ନାମ କେହି ଜାଣି ନାହାନ୍ତି । ଆପଣ ଅନୁମାନ କରନ୍ତୁ କ’ଣ ଏହି ଜୀବ । ଏହି ଭିଡିଓରେ ଅଦ୍ଭୁତ ଜନ୍ତୁକୁ ଦେଖି କୁକୁର ଭୁକୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଶେଷରେ ପଶୁଟି ଗୋଟିଏ ସ୍ଥାନରେ ବସିଯାଉଥିବାର ଦେଖାଯାଉଛି । ଏହାପରେ ମଧ୍ୟ କୁକୁର ତାକୁ ଦେଖି ଭୁକିବାରେ ଲାଗିଛନ୍ତି ।

ଏହାପରେ ଆଉ ଏକ ଫଟୋ ଟ୍ୱିଟରରେ ଅପଲୋଡ କରି କାସୱାନ କହିଛନ୍ତି ଯେ, ଏହା ହେଉଛି ଏକ ହିମାଳୟର ଲିଙ୍କସ । ଭାରତରେ ଦେଖାଯାଉଥିବା ଜଙ୍ଗଲୀ ବିଲେଇ ପ୍ରଜାତି ମଧ୍ୟରୁ ଏମାନେ ଗୋଟିଏ ପ୍ରଜାତି ବୋଲି ସେ କହିଛନ୍ତି । ଲେହ-ଲଦାଖରେ ଅଞ୍ଚଳରେ ହିମ ତେନ୍ଦୁଆ ଏବଂ ପଳାସ ବିଲେଇ ମଧ୍ୟ ଦେଖିବାକୁ ମିଳିଥାନ୍ତି । ଆଇଏଫଏସଙ୍କ ଏହି ଭିଡିଓ ଏବେ ଇଣ୍ଟରନେଟରେ ଘୁରି ବୁଲୁଛି । ଭିଡିଓ ସେୟାର ହେବା ପରଠୁ ଲକ୍ଷ ଲକ୍ଷ ଲୋକ ଏହି ଭିଡିଓକୁ ଦେଖିବା ସହ ଲାଇକ ଏବଂ କମେଣ୍ଟ ମଧ୍ୟ କରୁଛନ୍ତି ।

Get real time updates directly on you device, subscribe now.