fbpx

ରାମ ନବମୀ ଅବସରରେ ‘AAP କା ରାମରାଜ୍ୟ’ ୱେବସାଇଟ୍ ଲଞ୍ଚ୍ କଲା AAP, ଜାଣନ୍ତୁ କେଜରିୱାଲଙ୍କ ରାମରାଜ୍ୟକୁ ନେଇ କ’ଣ କହିଲେ ଦଳର ବରିଷ୍ଠ ନେତା ଅତିଶୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବୁଧବାର ଆପ୍ ପକ୍ଷରୁ ‘ଆପ୍ କା ରାମରାଜ୍ୟ’ ୱେବସାଇଟ୍ ଲଞ୍ଚ୍ କରାଯାଇଛି । ଏହି ଅବସରରେ ଆପ୍ ସାଂସଦ ସଞ୍ଜୟ ସିଂହ, ଅତିଶୀ, ସୌରଭ ଭରଦ୍ୱାଜ୍ ଏବଂ ଜାସମିନ୍ ଶାହଙ୍କ ସମେତ ଦେଳର ପ୍ରମୁଖ ନେତା ଉପସ୍ଥିତ ଥିଲେ । ଗତ ୯ ବର୍ଷ ମଧ୍ୟରେ ଆପ୍ ସରକାରଙ୍କ ଦ୍ୱାରା ଦିଲ୍ଲୀ ଏବଂ ପଞ୍ଜାବରେ କରାଯାଇଥିବା କାର୍ଯ୍ୟର ଏହି ୱେବସାଇଟରେ ଉଲ୍ଲେଖ ରହିଛି । ଏହା ସହ ଭିଡ଼ିଓ ମଧ୍ୟ ଉପଲବ୍ଧ ରହିଥିବା କହିଛନ୍ତି ମନ୍ତ୍ରୀ ସୌରଭ ଭରଦ୍ୱାଜ୍ । ତେବେ ଏହା ଲୋକସଭା ନିର୍ବାଚନ ସମ୍ବନ୍ଧୀୟ ୱେବସାଇଟ୍ ଅଟେ ବୋଲି ଆପ୍ ସୂଚନା ଦେଇଛି ।

ଆପ୍ ପକ୍ଷରୁ ‘ଆପ୍ କା ରାମରାଜ୍ୟ’ ୱେବସାଇଟ୍ ଲଞ୍ଚ୍‌’ ଅବସରରେ ଆପ୍ ବରିଷ୍ଠ ନେତା ଅତିଶୀ କହିଛନ୍ତି, ‘ଅରବିନ୍ଦ କେଜରିୱାଲ ଦିଲ୍ଲୀ ଏବଂ ପଞ୍ଜାବବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ପୂରା କରିବାକୁ ପ୍ରୟାସ କରୁଛୁ ପ୍ରଭୁ ଶ୍ରୀ ରାମଙ୍କୁ ଯେପରି ୧୪ ବର୍ଷ ବନବାସ ଭୋଗିବାକୁ ପଡ଼ିଲା ସେହିପରି ଅରବିନ୍ଦ କେଜରିୱାଲ ଜୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ପାଇଁ ଚେଷ୍ଟା କରାଯାଉଛି । ଅରବିନ୍ଦ କେଜରିୱାଲ ଜେଲରେ ଥାଇ ମଧ୍ୟ ଦିଲ୍ଲୀବାସୀଙ୍କ ଚିନ୍ତା କରୁଛନ୍ତି । ‘ଆପ୍ କା ରାମରାଜ୍ୟ’ ୱେବସାଇଟ୍ ମାଧ୍ୟମରେ ଆମେ ଦିଲ୍ଲୀ ଏବଂ ପଞ୍ଜାବରେ କରୁଥିବା କାର୍ଯ୍ୟର ସୂଚନା ପ୍ରଦାନ କରାଯିବ । ଦିଲ୍ଲୀ ଏବଂ ଦେଶବାସୀ ଏହି ୱେବସାଇଟ୍ ମାଧ୍ୟମରେ କେଜରିୱାଲଙ୍କ କାର୍ଯ୍ୟ ଦେଖିପାରିବେ ।’

 

 

 

 

Get real time updates directly on you device, subscribe now.