ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ: ୬ ମୃତ. ୧୦ ଆହତ

ଓଡ଼ିଶା ଭାସ୍କର: ବରଯାତ୍ରୀଙ୍କ ଉପରେ ଟ୍ରକ ମାଡ଼ିଯିବା ଖବର ସାମ୍ନାକୁ ଆସିଛି । ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ମଧ୍ୟ ପ୍ରଦେଶ ରାଇସେନ ଜିଲ୍ଲା ସୁଲତାନପୁରରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବିବାହ ପ୍ରୋସେସନ ଚାଲିଥିବା ବେଳେ ଟ୍ରକ ମାଡ଼ିଯାଇଛି ।

ଘଟଣାସ୍ଥଳରେ ୧୦ ଜଣ ଆହତଙ୍କ ମଧ୍ୟରୁ ୫ ଜଣ ଗୁରୁତରଙ୍କୁ ଭୋପାଳ ସ୍ଥାନାନ୍ତର କରାଯାଇଛି । ଅନ୍ୟାନ୍ୟ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.