fbpx

କ୍ଷୀର ଚା’ ସହିତ ବିସ୍କୁଟ ଖାଉଛନ୍ତି କି ? ଡାଇବେଟିସ୍ ଓ ରକ୍ତଚାପ ସହିତ ସୃଷ୍ଟି ହୋଇପାରେ ଏହିସବୁ ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟା

ନୂଆଦିଲ୍ଲୀ: ଆମ ଦେଶରେ ସମସ୍ତେ ଚା’କୁ ଏନର୍ଜି ଡ୍ରିଙ୍କ ପରି ପିଇଥାନ୍ତି । କିଛି ଲୋକଙ୍କ ଲାଗି ଏହା ନିଦ ଭାଙ୍ଗିବାର ଉପାୟ ତ ଆଉ କିଛି ଏହାକୁ ପେଟ ସଫା କରିବାର ମେଡିସିନ୍ ବୋଲି ଭାବନ୍ତି । ଚା’ ସହିତ ଆମେ ବିସ୍କୁଟ ଓ ସ୍ନାକ୍ସ ପରି କିଛି ଜିନିଷ ମିଶାଇ ଖାଇଥାଉ । କିନ୍ତୁ ଏପରି କିଛି ଜିନିଷ ରହିଛି ଯାହା ଚା’ ସହିତ ଆଦୌ ଖାଆନ୍ତୁ ନାହିଁ । ଯେପରିକି ବିସ୍କୁଟ୍ । ଡାଏଟିସିଆନ୍ ମନପ୍ରୀତଙ୍କ କହିବା ଅନୁଯାୟୀ ଚା’ ସହିତ ବିସ୍କୁଟ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ରୋଗର ଆଶଙ୍କା ବଢିଯାଏ । ଏହା ଆପଣଙ୍କ ଡିଏନଏକୁ ବି ନଷ୍ଟ କରିଦେଇପାରେ । ଏହିକ୍ରମରେ ଚା’ ସହିତ ବିସ୍କୁଟ ଖାଇଲେ କ’ଣ ହୋଇଥାଏ ଆସନ୍ତୁ ଜାଣିନେବା ।
ଉଚ୍ଚ ରକ୍ତଚାପ:
ଯୁବବର୍ଗଙ୍କ କ୍ଷେତ୍ରରେ ହୃଦଘାତର ମାମଲା ବଢିବାରେ ଲାଗିଛି । ଏହି ଆଶଙ୍କା ଚା’ ସହିତ ବିସ୍କୁଟ ଖାଇବା ଦ୍ୱାରା ଅଧିକ ବଢିଯାଏ । ବିସ୍କୁଟରେ ସୋଡିୟମ ଅଧିକ ରହିଥାଏ ଯାହା ରକ୍ତଚାପ ବୃଦ୍ଧି କରିଥାଏ । ଏହା ହୃଦଘାତ ଓ ହୃଦରୋଗର ବଡ କାରଣ ହୋଇଥାଏ ।
ଡାଇବେଟିସ୍ ଓ କୋଷ୍ଠକାଠିନ୍ୟ:
ଚା’ ପ୍ରସ୍ତୁତି ସମୟରେ ରିଫାଇନଡ୍ ସୁଗାରର ବ୍ୟବହାର କରାଯାଏ । ଏହା ଇନସୁଲିନ୍ ଅବଶୋଷଣରେ ବାଧକ ସାଜିଥାଏ । ଏହି ଇନସୁଲିନ୍ ହରମୋନକୁ ଅସନ୍ତୁଳିତ କରି ଡଶଇବେଟିସର ଆଶଙ୍କା ବୃଦ୍ଧି କରିଦିଏ । ଏହା ବ୍ୟତିତ ଚା ଓ ବିସ୍କୁଟ ପାଚନ ତନ୍ତ୍ରକୁ ମଧ୍ୟ ଖରାପ କରି ଦେଇଥାଏ । ଫଳରେ କୋଷ୍ଟକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ।
ଡିଏନ୍ଏ ଡ୍ୟାମେଜ୍ ଓ ହରମୋନ୍ ଅସନ୍ତୁଳନ:
ବିସ୍କୁଟ ଏକ ହାଇ ପ୍ରୋସେସଡ୍ ଫୁଡ୍ ଯେଉଁଥିରେ ଡିଏନଏକୁ କ୍ଷତି ପହଞ୍ଚାଉଥିବା ବିଏଚଏ ଓ ବିଏଚଟି ରହିଛି । ଏଥିରେ ହାଇଡ୍ରୋଜେନେରେଟେଡ୍ ଭେଜିଟେବୁଲ ଅଏଲ୍ ମଧ୍ୟ ରହିଥାଏ ଯାହା ଶରୀର ହରମୋନ୍ ସନ୍ତୁଳନ ବିଗାଡି ଦେଇଥାଏ ।
ଚା’ ସହିତ କ’ଣ ଖାଇବେ ?
ଚା’ ସହିତ ଭଜା ବୁଟ ଭଲ: ଭଜା ବୁଟ ଇନସୁଲିନ୍ ନିୟନ୍ତ୍ରଣ କରିବା ସହ ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିଥାଏ ।
-ଏଥିରେ ଇମ୍ୟୁନିଟି ବୃଦ୍ଧି କରୁଥିବା ବି-କମ୍ପେ୍ଲକ୍ସ ରହିଛି ।
-ହଜମ ଶକ୍ତି ବୃଦ୍ଧି କରୁଥିବା ଫାଇବର ରହିଛି ।
-ଅସ୍ଥି ମଜଭୁତ କରୁଥିବା କ୍ୟାଲସିୟମ, ମ୍ୟାଗନେସିୟମ ରହିଥାଏ ।
-ଘୋଳା ବିନ୍ଧା କମ୍ କରୁଥିବା କୋଲିନ୍ ରହିଥାଏ ।

Get real time updates directly on you device, subscribe now.