fbpx

ବଲିଉଡରେ ନୂଆ ରେକର୍ଡ ସୃଷ୍ଟି କଲା ‘ଆଦିପୁରୁଷ’: ପ୍ରଥମ ଦିନରେ ୧୦୦ କୋଟି ଛୁଇଁଲା

ନୂଆଦିଲ୍ଲୀ: ଗତ ୧୬ ତାରିଖରେ ପ୍ରଭାସଙ୍କ ଅଭିନୀତ ‘ଆଦିପୁରୁଷ’ ସିନେମା ଘରେ ରିଲିଜ୍ ହୋଇଛି । ତେବେ ପ୍ରଥମ ଦିନରେ ‘ଆଦିପୁରୁଷ’ ବଲିଉଡରେ ନୂଆ ରେକର୍ଡ ସୃଷ୍ଟି କରିଛି । ଏହି ରେସରେ କିଙ୍ଗ ଖାନ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ମଧ୍ୟ ପଛରେ ପଡ଼ି ଯାଇଛି । ଫିଲ୍ମଟି ତେଲୁଗୁ ଭର୍ସନରେ ସର୍ବାଧିକ କଲେକ୍ସନ କରିବା ସହିତ ପ୍ରଥମ ଦିନରେ ୧୦୦ କୋଟି ଅଙ୍କ ଛୁଇଁଛି ।

ଏହି ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ କୃତି ସେନନ ଓ ସୈଫ ଅଲ୍ଲୀ ଖାନ ପ୍ରମୁଖ ଅଭିନୟ କରୁଥିବା ବେଳେ ପ୍ରଥମ ଦିନରେ ଫିଲ୍ମଟି ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛି । ନିର୍ଦ୍ଦେଶକ ଓମ ରାଉତଙ୍କର ଏହି ଫିଲ୍ମ ରାମାୟଣ ଉପରେ ଆଧାରିତ ହୋଇଥିବା ବେଳେ ଫିଲ୍ମକୁ ନେଇ ବହୁତ ଚର୍ଚ୍ଚା ହେଉଛି । କେବଳ ଗୋଟିଏ ଭର୍ସନରେ ନୁହେଁ, ଫିଲ୍ମ ବିଭିନ୍ନ ଭର୍ସନରେ ଏକାଧିକ ରେକର୍ଡ ନିଜ ନାମରେ ସ୍ଥାପନ କରିପାରିଛି ।

ଏହା ପୂର୍ବରୁ ‘ପଠାନ’ ହିନ୍ଦି ଭର୍ସନରେ ପ୍ରଥମ ଦିନରେ ୫୫ କୋଟି କଲେକ୍ସନ କରିଥିଲା । ୩୭.୨୫ କୋଟିର କଲେକ୍ସନ ସହିତ ‘ଆଦିପୁରୁଷ’ ଲକଡାଉନ୍ ପରେ ବଲିଉଡର ଦ୍ୱିତୀୟ ସର୍ବବୃହତ ଓପନର ପାଲଟିଛି । ହିନ୍ଦିରେ ରିଲିଜ ହୋଇଥିବା ସମସ୍ତ ଫିଲ୍ମ ଉପରେ ନଜର ପକାଇଲେ ‘ପଠାନ’ ଓ ‘କେଜିଏଫ-୨’ ପରେ ‘ଆଦିପୁରୁଷ’ ତୃତୀୟ ନମ୍ବରରେ ଆସିବ । ମାତ୍ର ପ୍ୟାନ ଇଣ୍ଡିଆରେ ପ୍ରଭାସଙ୍କ କମାଲ ଦେଖିବାକୁ ମିଳିଛି । ବକ୍ସ ଅଫିସ ରିପୋର୍ଟ ମୁତାବକ, ‘ଆଦିପୁରୁଷ’ର ନେଟ ଇଣ୍ଡିଆ କଲେକ୍ସନ ୮୬.୭୫ କୋଟି ରହିଥିବା ବେଳେ ଗ୍ରସ କଲେକ୍ସନ ୧୦୨ କୋଟିରୁ ଅଧିକ ରହିଛି । ପ୍ରଥମ ଥର ପାଇଁ କୌଣସି ବଲିଉଡ ଫିଲ୍ମ ୧୦୦ କୋଟି ଟପିପାରିଛି । ଏହା ପୂର୍ବରୁ ପଠାନ ନାମରେ ଏହି ରେକର୍ଡ ରହିଥିଲା, ଯାହାକି ୬୮ କୋଟି ଗ୍ରସ କଲେକ୍ସନ କରିଥିଲା ।

Get real time updates directly on you device, subscribe now.