fbpx

୨ଟି ଚାଲାଣ ପରେ ବି ଯଦି ଭୂଲ ଦିଗରେ ଗାଡ଼ି ଚଲାଉଛନ୍ତି ତେବେ ସସପେଣ୍ଡ୍ ହୋଇଯିବ DL, ଜାଣନ୍ତୁ କଣ କହୁଛି ନୂଆ ନିୟମ

ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ଏବେ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯାଉଛି । ସଡ଼କ ଦୁର୍ଘଟଣାକୁ ଆଖି ଆଗରେ ରଖି ବିଭିନ୍ନ ରାଜ୍ୟର ସରକାର ନିୟମାବଳୀ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଖାସ୍ କରି ୟୁପି, ହରିୟାଣା, ମଧ୍ୟପ୍ରଦେଶ ଓ ବିହାରରେ ଟ୍ରାଫିକ୍ ନିୟମ ଖୁବ୍ ଦୃଢ଼ । ଯଦି ଆପଣ ଏହି ରାଜ୍ୟ ଗୁଡ଼ିକରେ ନିୟମ ଭାଙ୍ଗି ଚଳାନ୍ତି ତେବେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରିଦିଆଯାଏ । ଏହି ପରିପ୍ରେକ୍ଷୀରେ ୟୁପିର ଗାଜିଆବାଦ୍ ରେ ଯଦି ଆପଣ ତୃତୀୟ ଥର ନିୟମଭାଙ୍ଗି ଭୁଲ ସାଇଡ୍ ରେ ଗାଡ଼ି ଚଲାନ୍ତି ତେବେ ଆପଣଙ୍କ ଡିଏଲ୍ ସସପେଣ୍ଡ କରିଦିଆଯିବ । ଟ୍ରାଫିକ୍ ପୋଲିସ୍ ଙ୍କ କହିବା କଥା ଯେ, ରଙ୍ଗ୍ ସାଇଡ୍ ରେ ଗାଡ଼ି ଚଳାଇବା ଦ୍ୱାରା ଆପଣ ମାନେ ନିଜର ଓ ଅନ୍ୟ ମାନଙ୍କର ଜୀବନକୁ ବିପଦରେ ପକାଇଥାନ୍ତି । କିନ୍ତୁ ଏହାପରେ ବି କିଛି ଅମାନିଆ ରହିଛନ୍ତି ଯେଉଁ ମାନେ ଆଦୌ ନିୟମ ମାନନ୍ତି ନାହିଁ ।

ଗାଜିଆବାଦରେ ଗତ ଦୁଇ ମାସ ମଧ୍ୟରେ କେବଳ ଭୁଲ ପାର୍ଶ୍ୱରେ ଗାଡି ଚଳାଇବା ପାଇଁ ୫ ହଜାରରୁ ଅଧିକ ଚାଲାଣ କଟାଯାଇଛି । ଏହା ସତ୍ତେ୍ୱ ଲୋକମାନେ ନିୟମ ଭଙ୍ଗ କରୁଛନ୍ତି। ଏହାକୁ ଧ୍ୟାନରେ ରଖି ୟୁପି ଟ୍ରାଫିକ ପୋଲିସ ନିୟମକୁ କଠୋର କରିବାକୁ କହିଛନ୍ତି ଯେ, ଯଦି ଗାଜିଆବାଦରେ ତୃତୀୟ ଥର ପାଇଁ ଭୁଲ ପାର୍ଶ୍ୱରେ ଗାଡି ଚଳାଉଛନ୍ତି ତେବେ ଡ୍ରାଇଭିଂ ଲାଇସେନ୍ସକୁ ସ୍ଥଗିତ ରଖାଯିବ । ଗାଜିଆବାଦ ଟ୍ରାଫିକ ପୋଲିସ କହିଛି ଯେ, ଆରଟିଓ ସହିତ ଏ ସମ୍ପର୍କରେ ଆଲୋଚନା କରାଯାଇଛି ଏବଂ ଏହା ଜିଲ୍ଲାରେ କାର୍ୟ୍ୟକାରୀ କରାଯାଇଛି।

ବର୍ତ୍ତମାନ ଗାଜିଆବାଦ ପରି ଦେଶର ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ସମାନ ପଦକ୍ଷେପ ଆରମ୍ଭ ହୋଇପାରେ, କାରଣ ଲଗାତର ଭାବରେ ଚେତାବନୀ ଦେବା ପରେ ବି ଲୋକମାନେ ଏହାକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ଖାସ୍ କରି ପର୍ବପବାଣୀ ସମୟରେ ଏପରି ଭାବରେ ବିପଜ୍ଜନକ ଭାବରେ ଗାଡି ଚଳାଇବା କିମ୍ବା ଟ୍ରାଫିକ୍ ନିୟମ ଭାଙ୍ଗିବା କାରଣରୁ ଲୋକମାନଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିପାରେ ।

ଦେଶରେ ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରେ ଜୋରିମାନା ପରିମାଣ ପୂର୍ବ ଅପେକ୍ଷା ଅନେକ ଗୁଣ ବୃଦ୍ଧି ପାଇଛି। ନୂତନ ମୋଟର ଯାନ ଆଇନ ୨୦୧୯ ନିୟମକୁ ଆଂଶିକ ଭାବରେ ପରିବର୍ତ୍ତନ କରାଯାଇଛି । ଏହା ସତ୍ତେ୍ୱ ଲୋକମାନେ ଏଥିରେ ସହମତ ନୁହଁନ୍ତି। ନୂତନ ମୋଟର ଆକ୍ଟରେ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଠୋସ୍ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ ନିୟମ ଭାଙ୍ଗିବା ପାଇଁ ଜୋରିମାନା କଡାକଡି କରାଯାଇଛି। ଏହା ସହିତ ଡ୍ରାଇଭିଂ ଲାଇସେନ୍ସ ସମେତ ଆରସି ଏବଂ ଯାନ ବୀମା ଭଳି ନିୟମରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି।

Get real time updates directly on you device, subscribe now.