Breaking: ପିଲାମାନଙ୍କୁ ଗାଳି କରିବାକୁ ଡ଼ର ମାଡ଼ିଲାଣି! ବାପା ଗାଳି କଲେ ବୋଲି ଝୁଲିପଡ଼ିଲା ନାବାଳକ, ଫେରାର୍ ବାପାକୁ ଖୋଜୁଛି ପୋଲିସ

ଭୁବନେଶ୍ୱର: ବାପା ଗାଳି କରିବାରୁ ଆତ୍ମହତ୍ୟା କରିଛି ନାବାଳକ । ଖୋର୍ଦ୍ଧା ଧଉଳି ଥାନା ଅର୍ନ୍ତଗତ କଡିଂ ସାହିରେ ଘଟିଯାଇଛି ଏହି ଅଭାବନୀୟ ଘଟଣା ।

ନାବାଳକ ସ୍କୁଲ ନ ଯିବାରୁ ବାପା ଗାଳି କରିଥିବା ପରିବାର ଲୋକେ କହିଛନ୍ତି । ବାପା ପାଟି କରିବାକୁ କେନ୍ଦ୍ର କରି ନାବାଳକ ଜଣକ ପଞ୍ଚବଟୀ ଆଶ୍ରମ ନିକଟରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା । ଘର ଲୋକ ଖୋଜାଖୋଜି କରିବା ପରେ ପୁଅର ଝୁଲନ୍ତା ମୃତଦେହ ପାଇଥିଲେ ।

ପୋଲିସକୁ ଏ ସମ୍ପର୍କରେ ନ ଜଣାଇ ପରିବାର ଲୋକେ ଶବ ସକ୍ରାର କରିଥିବା ବେଳେ ପୋଲିସ ନିଜଆଡୁ ମାମଲା ଦାଏର କରି ଘଟଣାର ତଦନ୍ତ କରୁଛି । ମୃତ ନାବାଳକର ବାପା ଫେରାର୍ ଥିବାବେଳେ ପୋଲିସ ଖୋଜୁଛି ।