ଟ୍ରେନରେ ମିଳୁଥିବା କମ୍ବଳକୁ କେତେ ଦିନରେ ଥରେ କରାଯାଏ ସଫା, ନିଜେ ଉତ୍ତର ଦେଲେ ରେଳ ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିଦିନ ଭାରତରେ ଲକ୍ଷ ଲକ୍ଷ ଲୋକେ ଟ୍ରେନରେ ଯାତ୍ରା କରୁଛନ୍ତି । ତେବେ ଏହି ଟ୍ରେନରେ ଯାତ୍ରୀମାନଙ୍କୁ ଦିଆଯାଉଥିବା କମ୍ବଳ-ବେଡସିଟ ଏବଂ ତକିଆ କେତେ ଦିନରେ ଥରେ ସଫା କରାଯାଏ, ଏନେଇ ନିଜେ ରେଳ ମନ୍ତ୍ରୀ ଏହାର ଉତ୍ତର ଦେଇଛନ୍ତି । ଆସନ୍ତୁ ଜାଣିବା ଏହି ବିଷୟରେ.. ଯଦି ଆପଣ ଟ୍ରେନର ଏସି କୋଚରେ ଯାତ୍ରା କରୁଛନ୍ତି ତେବେ ତକିଆ,ଚଦର ଏବଂ କମ୍ବଳ ଦିଆଯାଇଥାଏ । ଯାତ୍ରୀମାନେ ଏହିସବୁ ଅପରିଷ୍କାର ଜିନିଷ ଦିଆଯାଉଛି ବୋଲି ଅନେକ ଥର ଅଭିଯୋଗ କରିଛନ୍ତି । ଏନେଇ ଲୋକସଭାରେ ରାଜସ୍ଥାନର ଗଙ୍ଗାନଗରରୁ କଂଗ୍ରେସ ପାର୍ଟୀର ସାଂସଦ କୁଳଦୀପ ଇନ୍ଦୋରା ରେଳମନ୍ତ୍ରୀଙ୍କୁ ଏହି ପ୍ରଶ୍ନ କରିଥିଲେ ଯେ, କଣ କମ୍ବଳ ଏବଂ ବ୍ଲାଙ୍କେଟ୍ ମାସକୁ ଥରେ ସଫା ହେଉଛି । ତେବେ ଯାତ୍ରୀମାନେ ଏହି ସଫା ପାଇଁ ଟଙ୍କା ଦେଉଛନ୍ତି ।

ଏହାର ଉତ୍ତରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ରେଳ ଯାତ୍ରୀମାନଙ୍କୁ ଦିଆଯାଉଥିବା କମ୍ବଳଗୁଡିକୁ ମାସକୁ ଥରେ ସଫା କରାଯାଉଛି । ଏଥିସହ ରେଜେଇ କଭରକୁ ବେଡରୋଲ କୀଟରେ ଏକ ଅତିରିକ୍ତ ବେଡସିଟ ମଧ୍ୟ ପ୍ରଦାନ କରାଯଇଥାଏ । ଅର୍ଥାତ ଟ୍ରେନରେ ଆପଣଙ୍କୁ ଯେଉଁ ଚଦର ଏବଂ ତକିଆ ମିଳୁଛି, ସେଗୁଡିକ ପ୍ରତିଦିନ ଧୂଆ ଯାଉଛି । ହେଲେ କମ୍ବଳ ମାସକୁ ଥରେ ସଫା କରାଯାଉଛି ।