ସ୍କଲାରସିପ୍ ପରେ ଉଠାନ୍ତୁ ଫେଲୋସିପର ଫାଇଦା, ଜାଣନ୍ତୁ ଦୁଇଟି ମଧ୍ୟରେ ରହିଛି କ’ଣ ଅନ୍ତର

ନୂଆଦିଲ୍ଲୀ: ସ୍କୁଲ ହେଉ କିମ୍ବା କଲେଜ, ଅଧିକାଂଶ ଛାତ୍ରଛାତ୍ରୀ ସ୍କଲାରସିପ୍ ମାଧ୍ୟମରେ ପାଠପଢ଼ି ଥାନ୍ତି । ଅନେକ ଶିକ୍ଷାନୁଷ୍ଠାନ ସେମାନଙ୍କୁ ମେରିଟ୍ ଆଧାରରେ ସ୍କଲାରସିପ୍ ଅଫର କରିଥାନ୍ତି । ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଶ୍ରେଣୀଙ୍କ ପାଇଁ ଏହା ବରଦାନ ସଦୃଶ । ଏହି ସ୍କଲାରସିପ୍ ମାଧ୍ୟମରେ ଅନେକ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ସ୍ୱପ୍ନ ପୂରଣ ହୋଇଥାଏ ।

ଉଚ୍ଚଶିକ୍ଷା ପାଇଁ ଇଚ୍ଛୁକ ଅଧିକାଂଶ ଛାତ୍ରଛାତ୍ରୀ ସ୍କଲାରସିପ୍ ଏବଂ ଫେଲୋସିପକୁ ନେଇ ଦ୍ୱନ୍ଦ୍ୱରେ ଥାନ୍ତି । ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଯେଉଁ ଆର୍ଥିକ ସହାୟକ ରାଶି ପ୍ରଦନ କରାଯାଇଥାଏ ତାକୁ ସ୍କଲାରସିପ୍ କୁହାଯାଏ । ଏହା ଦ୍ୱାରା ଛାତ୍ରଛାତ୍ରୀ ସ୍ୱଳ୍ପ ଶୁଳ୍କ କିମ୍ବା ମାଗଣାରେ ପାଠପଢ଼ା ଶେଷ କରିଥାନ୍ତି । ବିଦେଶରେ ପାଠପଢ଼ା ପାଇଁ ଅଧିକାଂଶ ଛାତ୍ରଛାତ୍ରୀ ସ୍କଲାରସିପର ଫାଇଦା ଉଠାଇଥାନ୍ତି । ତେବେ ସ୍କଲାରସିପ ପାଇବା ପାଇଁ ସେମାନଙ୍କୁ ଏକ ନିଶ୍ଚିତ ଯୋଗ୍ୟତା କିମ୍ବା ମାନଦଣ୍ଡ ପୂରଣ କରିବାକୁ ପଡ଼ିଥାଏ । ସେହିପର ଫେଲୋସିପ୍ ସାଧାରଣତଃ ଗବେଷକ, ସ୍କଲାର କିମ୍ବା ପ୍ରଫେସନାଲ୍ସଙ୍କୁ ସେମାନଙ୍କ କ୍ଷେତ୍ରରେ ଏକ୍ସିଲେନ୍ସ(ଉତ୍କର୍ଷତା) ପାଇଁ ପ୍ରଦାନ କରାଯାଇଥାଏ । ଏହି ଆର୍ଥିକ ସହାୟତା ଗବେଷଣା, ଅଧ୍ୟୟନ କିମ୍ବା ପ୍ରୋଫେସନାଲ ଡେଭେଲପମେଣ୍ଟ ପାଇଁ ପ୍ରଦାନ କରାଯାଇଥାଏ । ରିସର୍ଚ୍ଚ ଏକ୍ସପେରିୟନ୍ସ କିମ୍ବା ପ୍ରୋଫେସନାଲ ଏଲିଜିବିଲିଟି ଭଳି ମାନଦଣ୍ଡ ପୂରଣ କରୁଥିବା ଛାତ୍ରଛାତ୍ରୀ ଫେଲୋସିପ୍ ପାଇଁ ଯୋଗ୍ୟ ଅଟନ୍ତି । ତେବେ ଆସନ୍ତୁ ଜାଣିବା ସ୍କଲାରସିପ୍ ଏବଂ ଫେଲୋସିପରେ କ’ଣ ଅନ୍ତର ରହିଛି ।

୧. ଲକ୍ଷ୍ୟ: ସ୍କଲାରସିପ୍ ହେଉଛି ଶିକ୍ଷା ସମପ୍ତ କରିବା ପାଇଁ ଏକ ଅର୍ଥିକ ସହାୟତା ସେହିପରି ଫେଲୋସିପ୍ ହେଉଛି ରିସର୍ଚ୍ଚ, ଅଧ୍ୟୟନ କିମ୍ବା ପ୍ରୋଫେସନାଲ ଡେଭେଲପମେଣ୍ଟ ପାଇଁ ଆର୍ଥିକ ସହାୟତା ।

୨. ଯୋଗ୍ୟତା: ସ୍କଲାରସିପ୍ ଶିକ୍ଷାଗତ ଯୋଗ୍ୟତା ଉପରେ ଆଧାରରେ ହୋଇଥିବା ବେଳେ ଫେଲୋସିପ୍ ରିସର୍ଚ୍ଚରେ ଅନୁଭବ ଏବଂ ପ୍ରୋଫେସନାଲ ଯୋଗ୍ୟତା ଉପରେ ଆଧାରିତ ।

୩. ରାଶି ବ୍ୟବହାର: ଶିକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ ପାଇଁ ସ୍କଲାରସିପ୍ ଏବଂ ରିସର୍ଚ୍ଚ, ଅଧ୍ୟୟନ କିମ୍ବା ପ୍ରୋଫେସନାଲ ଡେଭେଲପମେଣ୍ଟ ପାଇଁ ରାଶି ବ୍ୟବହାର କରାଯାଇଥାଏ ।

୪. ଆବେଦନକର୍ତ୍ତା: ସ୍କଲାରସିପ୍ ପାଇଁ କେବଳ ଛାତ୍ରଛାତ୍ରୀ ଆବେଦନ କରୁଥିବା ବେଳେ ଫେଲୋସିପ୍ ପାଇଁ ରିସର୍ଚ୍ଚ, ସ୍କଲାର ଏବଂ ପ୍ରୋଫେସନାଲମାନେ ଯୋଗ୍ୟ ଅଟନ୍ତି ।

୫. ଅବଧି: ସାଧାରଣତଃ ସ୍କଲାରସିପ୍ ଅବଧି ୧-୪ ବର୍ଷ ପାଇଁ ଏବଂ ଫେଲୋସିପ୍ ଅବଧି ୧-୨ ବର୍ଷ ପାଇଁ ଥାଏ ।

୬. ଚୟନ ପ୍ରକ୍ରିୟା: ଏକାଡେମିକ ମେରିଟ, ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ ସ୍କଲାରସିପ୍ ପାଇଁ ପ୍ରାର୍ଥୀ ଚୟନ କରାଯାଇଥାଏ । ସେହିପରି ଫେଲୋସିପ୍ ପାଇଁ ରିସର୍ଚ୍ଚ ପ୍ରପୋଜାଲ, ଏକାଡେମିକ୍ ମେରିଟ୍ ଏବଂ ସାକ୍ଷାତକାର ଆଧାରରେ ଚୟନ କରାଯାଇଥାଏ ।

୭. ଆର୍ଥିକ ସହାୟତା: ସ୍କଲାରସିପରେ ଆଂଶିକ କିମ୍ବା ପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନ କରାଯାଏ ଏବଂ ଫେଲୋସିପରେ ଆଂଶିକ, ପୂର୍ଣ୍ଣ କିମ୍ବା ବେଳେ ବେଳେ ଏକ୍ସଟ୍ରା ଆଲାଓଏନ୍ସ ପ୍ରଦାନ କରାଯାଇଥାଏ ।

୮. କ୍ଷେତ୍ର: ବିଭିନ୍ନ କ୍ଷେତ୍ର ପାଇଁ ସ୍କଲାରସିପ୍ ପ୍ରଦାନ କରାଯାଇଥାଏ । ଫେଲୋସିପ କେବଳ ସାଇନ୍ସ , ଟେକ୍ନୋଲୋଜୀ, ସୋସିଆଲ ସାଇନ୍ସ ଭଳି ବିଶିଷ୍ଟ କ୍ଷେତ୍ର ପାଇଁ ପ୍ରଦାନ କରାଯାଇଥାଏ ।

୯. ଫାଇଦା: ସ୍କଲାରସିପରେ ଶିକ୍ଷାଗତ କ୍ୟାରିୟରରେ ଫାଇଦା ମିଳିଥିବା ବେଳେ ଫେଲୋସିପରେ ପ୍ରୋଫେସନାଲ କ୍ୟାରିୟର ଏବଂ ରିସର୍ଚ୍ଚ କାର୍ଯ୍ୟରେ ଫାଇଦା ମିଳିଥାଏ ।