ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଅଧିନସ୍ଥ ବିଦ୍ୟାଳୟ ଗୁଡ଼ିକର ରାଜ୍ୟସ୍ତରୀୟ ଛାତ୍ର ମହୋତ୍ସବ ‘ସର୍ଗୀଫୁଲ’ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ଉତ୍ସବର ଉଦଘାଟନ କରିଥିଲେ ।
ଅନୂସୁଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଅଧିନସ୍ଥ ବିଦ୍ୟାଳୟ ଗୁଡିକର ରାଜ୍ୟସ୍ତରୀୟ ଛାତ୍ର ମହୋତ୍ସବ "ସର୍ଗୀଫୁଲ" ଆଜି ଉଦଘାଟିତ ହୋଇଛି। @WCDOdisha ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, @SMEOdisha ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ଉପସ୍ଥିତିରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଉତ୍ସବର ଉଦଘାଟନ କରିଥିଲେ। pic.twitter.com/wBmjmtC72M
— I & PR Department, Odisha (@IPR_Odisha) December 20, 2022
ତେବେ କୋଭିଡ କଟକଣା ଯୋଗୁଁ ଗତ ଦୁଇବର୍ଷ ଧରି ଏହି ମହୋତ୍ସବ ଅନୁଷ୍ଠିତ ହୋଇ ପାରି ନଥିଲା । ଆଜି ଏହି ମହୋତ୍ସବ ଭୁବନେଶ୍ୱର ୟୁନିଟ-୧ ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଉଦଘାଟିତ ହୋଇଯାଇଛି । ଏହି ମହୋତ୍ସବରେ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧିନସ୍ଥ ବିଦାଳୟରେ ପଢ଼ୁଥିବା ବିଭିନ୍ନ ଜିଲ୍ଲାର ୧୦୫୦ ଜଣ ଛାତ୍ରଛାତ୍ରୀ ଏବଂ ୭୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିବେ ବୋଲି ସୂଚନା ରହିଛି । ଅନ୍ୟପଟେ ଡିସେମ୍ବର ୨୩ ତାରିଖ ଦିନ ଉଦଯାପନୀ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବେ ।
ଭୁବନେଶ୍ବର ୟୁନିଟ୍-୧ରେ ଆୟୋଜିତ ଏହି ଉତ୍ସବରେ ବିଭାଗର ସଚିବ ଶ୍ରୀମତୀ ରୂପାରୋଶନ ସାହୁ, ସ୍ବତନ୍ତ୍ର ସଚିବ ବିଶ୍ବ ରଞ୍ଜନ ସାସମଲ୍ ଓ ଏସ୍ସିଏସ୍ଟିଆରଟିଆଇର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଯୋଗ ଦେଇଥିଲେ। ଓଡିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ଶ୍ରୀ ଉପେନ୍ଦ୍ର ତ୍ରିପାଠୀ ମୁଖ୍ଯବକ୍ତା ଭାବରେ ଯୋଗ ଦେଇଥିଲେ। pic.twitter.com/gLjn5kbssD
— I & PR Department, Odisha (@IPR_Odisha) December 20, 2022