ବାୟୁସେନାକୁ ଆଉ ଏକ ସଫଳତା: ସୁଖୋଇ ୩୦ MKI ବିମାନରୁ ବ୍ରହ୍ମୋସ ମିସାଇଲର ହେଲା ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ମିଳିଛି ଆଉ ଏକ ବଡ ସଫଳତା । ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ କରିଛି ଇଣ୍ଡିଆନ ଏୟାରଫୋର୍ସ । ପୂର୍ବ ସମୁଦ୍ର ତଟରେ ସୁଖୋଇ-୩୦ ଗକଓ ବିମାନ ଦ୍ୱାରା ଏହି ପରୀକ୍ଷଣ କରାଯାଇଛି । ଭାରତର ବାୟୁସେନା ଏବଂ ନୌସେନା ସମନ୍ୱୟରେ ମିଶନ ଆରମ୍ଭ ହୋଇଥିବା ବେଳେ ଏହି ବିମାନରୁ ବ୍ରହ୍ମୋସ ମିସାଇଲ ଫାୟାରିଙ୍ଗ କରାଯାଇଛି ।

ଭାରତୀୟ ନୌସେନାର ଏକ ନିସ୍କ୍ରିୟ ଜାହାଜକୁ ଲକ୍ଷ୍ୟ କରି ପ୍ରହାର କରିଥିଲା ବ୍ରହ୍ମୋସ । ଯାହା ସଫଳତାର ସ୍ୱାଦ ଚାଖିଛି । ଏହା ପୂର୍ବରୁ ଗତ ମାସରେ ଆଣ୍ଡମାନ ଏବଂ ନିକୋବରରେ ଭୂପୃଷ୍ଠରେ ଆକ୍ରମଣ କରିପାରୁଥିବା ବ୍ରହ୍ମୋସର ସୁପରସୋନିକ କ୍ରୁଜ ମିସାଇଲର ସଫଳ ପରୀକ୍ଷଣ କରାଯାଇଥିଲା ।

ବ୍ରହ୍ମୋସ ଏକ କିଲୋମିଟର ଦୂରତାର ରେମଜେଟ ମିସାଇଲ । ଏହା ଦ୍ୱାରା ବୁଡାଜାହାଜ, ଜାହାଜ ଏବଂ ବିମାନ କିମ୍ବା ଭୂପୃଷ୍ଠରୁ ମଧ୍ୟ ଆକ୍ରମଣ କରାଯାଇ ପାରିବ । ବ୍ରହ୍ମୋସ ମିସାଇଲ ଭାରତୀୟ ବାୟୁସେନାକୁ ଦିନ ହେଉ କି ରାତି ସବୁ ସମୟରେ ସଠିକତା ସହ ସମୁଦ୍ର କିମ୍ବା ସ୍ଥଳଭାଗରେ ଯେକୌଣସି ଲକ୍ଷ୍ୟକୁ ଆକ୍ରମଣ କରିବାର କ୍ଷମତା ଦେଇଥାଏ ।