ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ପୁଣି ମୁହାମୁହିଁ ହୋଇଛନ୍ତି ଆତଙ୍କବାଦ ଏବଂ ସୁରକ୍ଷାକର୍ମୀ । ସାରା ରାତି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ୨ ଆତଙ୍କୀ ନିହତ ହୋଇଛନ୍ତି । ଏ ନେଇ ସୂଚନା ଦେଇଛି ପୋଲିସ ଡିପାର୍ଟମେଣ୍ଟ ।
ସୂଚନା ଅନୁସାରେ, ପୁଲୱାମାର ଗୁଣ୍ଡୀପୁରରେ ରବିବାର ରାତିରେ ସୁରକ୍ଷାକର୍ମୀ-ଆତଙ୍କବାଦ ମଧ୍ୟରେ ଆରମ୍ଭ ହୋଇଥିଲା ତୁମୁଳକାଣ୍ଡ । ଆତଙ୍କବାଦ ସଂଗଠନକୁ ଖୋଜିବା ସମୟରେ ଉଭୟଙ୍କ ମଧ୍ୟରେ ଛକାପଞ୍ଝା ଲାଗିଥିଲା । ଏହାପରେ ହଠାତ ଉଭୟଙ୍କ ମଧ୍ୟରେ ଗୁଳି ଚାଳନା ହୋଇଥିଲା । ଏହି ଗୁଳି ବିନିମୟରେ ୨ ଆତଙ୍କୀ ପ୍ରାଣ ହରାଇଥିବା ସୂଚନା ଦେଇଛନ୍ତି ପୋଲିସ ପ୍ରବକ୍ତା । ଏଥିସହିତ ଘଟଣାସ୍ଥଳରୁ ଅପରାଧରେ ବ୍ୟବହାର ହେଉଥିବା କିଛଇ ସାମଗ୍ରୀ ସମେତ ରାଇଫଲ ମଧ୍ୟ ଜବତ ହୋଇଛି । ତେବେ ପୋଲିସ ଗୁଳିର ଶିକାର ହୋଇଥିବା ୨ ଆତଙ୍କୀ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।
ଆତଙ୍କବାଦୀ ଭଳି ଭୁଲ ରାସ୍ତାରେ ପାଦ ରଖିଥିବା କିଛି ସ୍ଥାନୀୟ ଲୋକଙ୍କୁ ଫରାଇ ଆଣିବା ପାଇଁ ଚେଷ୍ଟା ଜାରି ରଖିଛି ସୁରକ୍ଷାକର୍ମୀ । ସେଥିପାଇଁ ସେମାନଶଙ୍କ ପିତାମାତାଙ୍କ ସାହାଯ୍ୟ ମଧ୍ୟ ନେଉଥିବା କହିଛନ୍ତି କାଶ୍ମୀର ଆଇଜିପି ବିଜୟ କୁମାର । ଏହାବ୍ୟତୀତ କାଶ୍ମୀର ଲୋକମାନଙ୍କୁ ଉସକାଇବା ଭଳି କାମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ।