ରିସର୍ଚ୍ଚରୁ ବଡ଼ ଖୁଲାସା; କେବଳ ଫୁସଫୁସ ନୁହେଁ ଧୂଆଁ ଖୋଳ କରିଦେଉଛି ଶରୀରର ଏହି ଜରୁରୀ ଅଙ୍ଗ !
Air Pollution Effect on Heart: ଦୀର୍ଘ ସମୟ ଧରି ପ୍ରଦୂଷଣର ସାମ୍ନା କରିବା ଦ୍ୱାରା ହୃଦୟ ଦୁର୍ବଳ ହେବା ସହ ହୃଦଘାତର ଆଶଙ୍କା ବଢ଼ିପାରେ।
ନୂଆଦିଲ୍ଲୀ: ପ୍ରଦୂଷଣ ଆମ ନିଶ୍ୱାସରେ ମିଶିଯାଇଛି । ଯାନବାହାନର ଧୂଆଁ, କାରଖାନାର ଧୂଆଁ ଏବଂ ଜଙ୍ଗଲ ନିଆଁ ସବୁକିଛି ନଷ୍ଟ କରିଦେଇଛି। କାରଣ ଯେତେବେଳେ ଆମେ ଏହି ବାୟୁକୁ ନିଶ୍ୱାସରେ ନେଉ , ଏହା କେବଳ ଫୁସଫୁସକୁ ନଷ୍ଟ କରେନି, ବରଂ ଧୀରେ ଧୀରେ ଆମର ହୃଦୟକୁ ମଧ୍ୟ କ୍ଷତି ପହଞ୍ଚାଇବା ଆରମ୍ଭ କରିଦେଲାଣି।
ବର୍ତ୍ତମାନ ରେଡିଓଲୋଜି ପତ୍ରିକାରେ ପ୍ରକାଶିତ ଏକ ନୂତନ ଗବେଷଣାରୁ ଜଣାପଡିଛି ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଦୂଷଣରେ ରହିବା ହାର୍ଟର ମାଂସପେଶୀକୁ ଦୁର୍ବଳ କରିପାରେ ଏବଂ ହାର୍ଟଆଟାକ ଭଳି ଗମ୍ଭୀର ରୋଗର ଆଶଙ୍କା ବଢ଼ାଇପାରେ ।
ଗବେଷକମାନେ ଜାଣିପାରିଲେ ଯେ ପ୍ରଦୂଷିତ ବାୟୁରେ ଥିବା ଛୋଟ ଛୋଟ କଣିକା, ଯାହାକୁ PM2.5 (ଫାଇନ୍ ପାର୍ଟିକୁଲେଟ୍ ମ୍ୟାଟର) କୁହାଯାଏ , ହୃଦୟ ମାଂସପେଶୀରେ ମାୟୋକାର୍ଡିଆଲ୍ ଫାଇବ୍ରୋସିସ୍ ନାମକ ଦାଗ ଛାଡ଼ିଯାଏ । ଏହା ଏକ ପ୍ରକାର ଦାଗ , ଯାହା ସମୟ ସହିତ ହୃଦୟକୁ ଦୁର୍ବଳ କରିଦିଏ।
PM2.5 କିପରି କ୍ଷତି କରେ ? PM2.5 କଣିକାଗୁଡ଼ିକ ଅତ୍ୟନ୍ତ ସୂକ୍ଷ୍ମ ଏବଂ ସେମାନେ ଫୁସଫୁସ ମାଧ୍ୟମରେ ସହଜରେ ରକ୍ତପ୍ରବାହରେ ପ୍ରବେଶ କରନ୍ତି। ସେଠାରୁ, ସେମାନେ ସିଧାସଳଖ ହୃଦୟରେ ପହଞ୍ଚିପାରନ୍ତି ଏବଂ ଏହାର ଟିସୁଗୁଡ଼ିକୁ କ୍ଷତି ପହଞ୍ଚାଇପାରନ୍ତି ।
ଯାନବାହନର ଧୂଆଁରୁ,କାରଖାନାଗୁଡ଼ିକରୁ,ଜଙ୍ଗଲ ନିଆଁରୁ ଯେଉଁମାନେ ଦୀର୍ଘ ସମୟ ଧରି ଏହି ସବୁ ସ୍ଥାନରେ ରହିଲେ ସେମାନଙ୍କର ହୃଦରୋଗର ଆଶଙ୍କା ଅଧିକ ଦେଖାଯାଇଥିଲା ।
MRI ସ୍କାନରୁ ବଡ ଖୁଲାସା:ଟୋରଣ୍ଟୋ ବିଶ୍ୱବିଦ୍ୟାଳୟର ଡକ୍ଟର କେଟ୍ ହାନେମାନ ଏବଂ ତାଙ୍କ ଦଳ ୬୯୪ ଜଣଙ୍କ ଉପରେ ଅଧ୍ୟୟନ କରିଥିଲେ , ଯେଉଁଥିରୁ ୨୦୧ ଜଣ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ଏବଂ ୪୯୩ ଜଣ ହୃଦୟକୁ ଦୁର୍ବଳ କରୁଥିବା ରୋଗରେ ପୀଡିତ ଥିଲେ। MRI ସ୍କାନରୁ ଜଣାପଡିଛି ଯେ ଯେଉଁମାନେ ଅଧିକ ପ୍ରଦୂଷଣର ଶିକାର ହୋଇଥିଲେ ସେମାନଙ୍କର ହୃଦୟ ମାଂସପେଶୀରେ ଅଧିକ କ୍ଷତଚିହ୍ନ ଥିଲା ।
କେଉଁ ଲୋକମାନେ ସବୁଠାରୁ ଅଧିକ ପ୍ରଭାବିତ ହୁଅନ୍ତି?ମୁଖ୍ୟତଃ ଉଚ୍ଚ ରକ୍ତଚାପ ଥିବା ଲୋକ, ଧୂମପାନକାରୀ ଏମାନଙ୍କ ମଧ୍ୟରେ ହୃଦଘାତ ଦ୍ରୁତ ଗତିରେ ବୃଦ୍ଧି ପାଇଲା।
ଏହି ଅଧ୍ୟୟନ ପ୍ରମାଣିତ କରୁଛି ଯେ ପ୍ରଦୂଷଣର ପ୍ରଭାବ କେବଳ ଫୁସଫୁସ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏହା ନୀରବରେ ହୃଦୟକୁ ମଧ୍ୟ କ୍ଷତି ପହଞ୍ଚାଉଛି। ସମୟ ମଧ୍ୟରେ ସତର୍କତା ଅବଲମ୍ବନ କରି, ଆମେ ହୃଦୟକୁ ଶକ୍ତିଶାଳୀ ଏବଂ ସୁରକ୍ଷିତ ରଖିପାରିବା।