fbpx

Airtel Business CEO ଅଜୟ ଚିତକାରାଙ୍କ ଇସ୍ତଫା: ୨୩ ବର୍ଷ ପରେ କମ୍ପାନୀ ଛାଡ଼ିଲେ

ନୂଆଦିଲ୍ଲୀ: ଟେଲିକମ୍ ଜଗତରୁ ଆସିଛି ଏକ ବଡ଼ ଖବର । ଏୟାରଟେଲ ବିଜିନେସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଅଜୟ ଚିତକାରା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅଜୟ ଏୟାରଟେଲ କମ୍ପାନୀ ସହିତ ଦୀର୍ଘ ୨୩ ବର୍ଷ ଧରି ଜଡ଼ିତ ଥିଲେ । ତେବେ ନିଜ ପଦରୁ ଇସ୍ତଫା ଦେଇଥିଲେ ହେଁ ଅଜୟ ଆସନ୍ତା ଅଗଷ୍ଟ ମାସ ତୃତୀୟ ସପ୍ତାହ ପର୍ଯ୍ୟନ୍ତ କମ୍ପାନୀରେ କାର୍ଯ୍ୟ ଜାରି ରଖିବେ ବୋଲି ଜଣାପଡ଼ିଛି ।

ଅଜୟଙ୍କ ଇସ୍ତଫା ବାବଦରେ ଭାରତୀୟ ଏୟାରଟେଲ ପକ୍ଷରୁ ଏକ ବୟାନ ଜାରି କରି ସୂଚିତ କରାଯାଇଛି । ଅଜୟ କମ୍ପାନୀରେ ଗତ ୨୩ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ । ଅଜୟଙ୍କ ଇସ୍ତଫା ପରେ କମ୍ପାନୀ ନିଜର ୩ଟି ବିଜିନେସ ସେଗମେଣ୍ଟ ଆଧାରରେ କାମ କରିବ । ଏବେ ଗ୍ଲୋବାଲ ବିଜିନେସର କମାଣ ବାଣୀ ଭେଙ୍କଟେଶଙ୍କ ପାଖକୁ ଆସିଯାଇଥିବା ବେଳେ ଘରୋଇ ବିଜିନେସର କମାଣ ଗଣେଶ ଲକ୍ଷ୍ମୀନାରୟଣଙ୍କ ପାଖକୁ ଓ ଏନକ୍ସଟ୍ରା ଡାଟା ସେଣ୍ଟରର କମାଣ ଆଶିଷ ଆରୋରାଙ୍କ ପାଖୁ ଚାଲିଯାଇଛି ।

ଏନେଇ ଭାରତୀ ଏୟାରଟେଲର ଏମଡି ଓ ସିଇଡ ବିଟ୍ଟଲ ଏହି ଅଦଳବଦଳକୁ ନେଇ କହିଛନ୍ତି, ମୁଁ ଏହି ବିଜିନେସକୁ ବଢ଼ାଇବା ପାଇଁ ବାଣୀ, ଗଣେଶ ଓ ଆଶିଷଙ୍କ ସହିତ ମିଶି କାମ କରିବା ପାଇଁ ପ୍ଲାନ ପ୍ରସ୍ତୁତ କରିଛି । ଏହି ତିନି ଜଣ କମ୍ପାନୀର ବିଜିନେସକୁ ଆଗକୁ ବଢ଼ାଇବା ଦିଗରେ ସହଯୋଗ କରିବେ ବୋଲି ମୋର ଆଶା ରହିଛି । ଅଜୟ କମ୍ପାନୀରେ ଦୀର୍ଘ ୨୩ ବର୍ଷ ଧରି କାର୍ଯ୍ୟ କରିଥିଲେ । ସେ ଏହି ଅବସରରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ତେଣୁ ତାଙ୍କର ଭବିଷ୍ୟତର ଯାତ୍ରା ପାଇଁ ମୁଁ ଶୁଭକାମନା ଜଣାଉଛି ।

Get real time updates directly on you device, subscribe now.