ଓଡ଼ିଶା ଭାସ୍କର: ବଲିଉଡ୍ ଠାରୁ ଆରମ୍ଭ କରି ଟଲିଉଡ୍ ଓ ହଲିଉଡ୍ ସିନେମାରେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ କରିଛନ୍ତି ମତୁଆଲା । ନିଜ ଫିଲ୍ମ ଠାରୁ ଅଧିକ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଦିନେ ସୁନ୍ଦରୀଙ୍କ ତାଲିକାରେ ଶୀର୍ଷରେ ଥିଲା ତାଙ୍କ ନାଁ । ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଥିଲା । ହଁ ଆଜ୍ଞା ଆମେ କଥା ହେଉଛୁ ୧୯୯୪ ମସିହାରେ ମିସ୍ ୱାର୍ଲ୍ଡ ବିଜୟିନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିଷୟରେ ।
ଅଧିକାଂଶ ବଲିଉଡ୍ ଅଭିନେତା, ଅଭିନେତ୍ରୀ ଓ ସେଲିବ୍ରିଟିମାନେ ଏକା ସହ ଅନେକ ଟିଭି ଶୋ, ଫିଲ୍ମ ଏବଂ ଅନ୍ୟାନ୍ୟ କାମରେ ବ୍ୟସ୍ତ ରହିବା ଯୋଗୁଁ ଅନେକ ଫିଲ୍ମ ଅଫରକୁ ରିଜେକ୍ଟ କରିଥାନ୍ତି । ବେଳେ ବେଳେ ଏଭଳି ଫିଲ୍ମ ଅଫରକୁ ଏଡ଼ାଇଥିବାରୁ ପରବର୍ତ୍ତୀ ସମୟରେ ସେମାନଙ୍କୁ ଅଫସୋସ୍ ହୋଇଥାଏ । ଗୋଟିଏ ଛୋଟ ଭୁଲ ପାଇଁ ଫିଲ୍ମ କ୍ୟାରିୟର ବାଜିରେ ଲାଗିଥାଏ । ‘ହମ୍ ଦିଲ ଦେ ଚୁକେ ସନମ’ ଫିଲ୍ମ ମାଧ୍ୟମରୁ ଐଶ୍ୱର୍ଯ୍ୟା ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଏହା ପରେ ବ୍ଲକବଷ୍ଟର ଫିଲ୍ମ ‘ମୋହବତେଁ’ ଦର୍ଶକଙ୍କୁ ଦିୱାନା କରିଥିଲା । କିନ୍ତୁ ସେ ନିଜ କ୍ୟାରିୟରରେ ନିମ୍ନଲିଖିତ ୮ଟି ଫିଲ୍ମ ରିଜେକ୍ଟ କରିଥିଲେ ।
୧. ହଲିଉଡ୍ ଫିଲ୍ମ ଟ୍ରୟ(Troy) ପ୍ରଥମେ ଐଶ୍ୱର୍ଯ୍ୟା ରାୟଙ୍କୁ ଅଫର କରାଯାଇଥିଲା । କିନ୍ତୁ ସେ ୱାର୍କ ଷ୍ଟାଇଲ ସହ ଅସହଜ ଅନୁଭବ କରିବାରୁ ଏହି ଫିଲ୍ମକୁ ରିଜେକ୍ଟ କରିଥିଲେ ।
୨. ୧୯୯୬ରେ ଧର୍ମେଶ ଦର୍ଶନଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ୍-ଡ୍ରାମା ଫିଲ୍ମ ରାଜା ହିନ୍ଦୁସ୍ତାନୀ ପାଇଁ ଐଶ୍ୱର୍ଯ୍ୟା ପ୍ରଥମ ପସନ୍ଦ ଥିଲେ । ସେତେବେଳେ ମିସ୍ ଇଣ୍ଡିଆ ପ୍ରତିଯୋଗିତା କାରଣରୁ ସେ ଏହି ଫିଲ୍ମକୁ ରିଜେକ୍ଟ କରିଥିଲେ ।
୩. ସଞ୍ଜୁ ବାବାଙ୍କୁ ନେଇ ଚାଲିଥିବା ବିବାଦ କାରଣରୁ ରାଜକୁମାର ହିରାନୀଙ୍କ କମେଡି- ଡ୍ରାମା ଫିଲ୍ମ ‘ମୁନ୍ନା ଭାଇ ଏମବିବିଏସ୍’କୁ ରିଜେକ୍ଟ କରିଥିଲେ ଐଶ୍ୱର୍ଯ୍ୟା ।
୪. ରିପୋର୍ଟରୁ ପ୍ରକାଶ ଭୁଲ ଭୁଲୈୟା ଫିଲ୍ମରେ ମଞ୍ଜୁଲିକା ଭୁମିକା ପାଇଁ ପ୍ରଥମେ ଐଶ୍ୱର୍ଯ୍ୟାଙ୍କୁ ଅଫର କରାଯାଇଥିଲା ।
୫. ‘କୁଛ କୁଛ ହୋତା ହୈ’ରେ ରାଣୀ ମୁଖାର୍ଜ୍ଜୀଙ୍କ ଭୂମିକା ଐଶ୍ୱର୍ଯ୍ୟାଙ୍କୁ ଅଫର କରାଯାଇଥିଲା ।
୬. ଫିଲ୍ମ ‘ବାଜି ରାଓ ମସ୍ତାନୀ’ ପାଇଁ ସଞ୍ଜୟ ଲୀଲା ଭନସାଲୀ ସଲମାନ ଖାନ୍ ଏବଂ ଐଶ୍ୱର୍ଯ୍ୟାଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ । କିନ୍ତୁ କଣ୍ଟ୍ରୋଭର୍ସି ଯୋଗୁଁ ଐଶ୍ୱର୍ଯ୍ୟା ଏହି ଫିଲ୍ମ ଅଫର ରିଜେକ୍ଟ କରିଥିଲେ ।
୭. ଜନ୍ ଅବ୍ରାହମ ଏବଂ ଅଭିଷେକ ବଚ୍ଚନଙ୍କ ହିଟ୍ ଫିଲ୍ମ ‘ଦୋସ୍ତାନା’ ଅଫରକୁ ମଧ୍ୟ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ରିଜେକ୍ଟ କରିଥିଲେ ଐଶ୍ୱର୍ଯ୍ୟା ।
୮. ଶାହରୁଖ ଖାନଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ Veer Zaara ପାଇଁ ପ୍ରଥମେ ଐଶ୍ୱର୍ଯ୍ୟାଙ୍କୁ ସାଇନ୍ କରାଯାଇଥିଲା । କିନ୍ତୁ ପରେ ଫିଲ୍ମ ନିର୍ଦ୍ଦେଶକ ଯଶ ଚୋପରା ତାଙ୍କ ନାଁ ଫିଲ୍ମରୁ ହଟାଇଥିଲେ ।