fbpx

ଆକାଶପଥରେ ଆକାଶ ଏୟାର ଲାଇନ୍ସର ପ୍ରଥମ ଉଡାଣ

ନୂଆଦିଲ୍ଲୀ: ପ୍ରଥମ ଉଡାଣ ଭରିଛି ଆକାଶ ଫ୍ଲାଇଟ । ତେବେ ପ୍ରଥମ ଉଡାଣ ଏହା ଅହମଦାବାଦ ରୁ ଦିଲ୍ଳୀ ଅଭିମୁଖେ ଯାତ୍ରା କରିଛି । ତେବେ ଏହାର ଉଦ୍ଘାଟନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାନ୍ଦିତ୍ୟ ସିନ୍ଦ୍ୟାଙ୍କ ଦ୍ୱାରା କରାଯାଇଥିଲା ।
ସୂଚନାମୁତାବକ ଜୁଲାଇ ୨୨ ତାରଖରେ ଭାରତର ନୂତନ ବିମାନ ଆକାଶ ଏୟାର ଲାଇନ ଶୁକ୍ରବାର ଦିନ ତାର ଚାରୋଟି ନେଟୱର୍କ ତଥା ଅହମଦାବାଦ,ବେଙ୍ଗଲୁରୁ,ମୁମ୍ବାଇ ଏବଂ କୋଚି ପାଇଁ ଏହାର ବୁକିଙ୍ଗ ଆରମ୍ଭ କରିଛି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଏୟାର ଲାଇନ୍ସ ଅଗଷ୍ଟ ୭, ୨୦୨୨ ଠାରୁ ଆରମ୍ଭ କରି ୨୭ସାପ୍ତାହିକ ବିମାନ ସେବା ଯୋଗାଇ ଦେବ । ଏହି ବିମାନର ଏହାର କୋଡ ଛଚ ରହିଛି । ଏହାବାଦ ଅଗଷ୍ଟ ୧୩ ତାରିଖରୁ ବେଙ୍ଗାଲୁରରୁ କୋଚି ଅଭିମୁଖେ ୨୮ସାପ୍ତାହିକ ବିମାନ ସେବା ଆରମ୍ଭ ହେବ । ବର୍ତ୍ତମାନ ସେଲରେ ଟିକେଟ ବିକ୍ରି କରାଯାଉଛି ।

ଆକାଶ କର୍ମଚାରୀ ମାନେ ତାଙ୍କ କାର୍ଯ୍ୟ ଦକ୍ଷତା ଏବଂ ଦକ୍ଷ ଗ୍ରାହକ ସେବା ସ୍ୱାରା ଏହି ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ମାନଙ୍କୁ ଖୁବ ଉନ୍ନତ ମାନର ଏବଂ ଆରଦାୟକ ଯାତ୍ରା ପ୍ରଦାନ କରିବାରେ ସହାୟକ ହେବ ବୋଲି ଆକାଶ କର୍ତ୍ତୃପକ୍ଷ ବିନୟ ଦୁବେ ପ୍ରକାଶ କରିଛନ୍ତି । ଉଭୟ ଆକାଶର ୱେବସାଇଟ (ଙ୍ଗଙ୍ଗଙ୍ଗ.ବଳବଗ୍ଦଷବସକ୍ସ.ମକ୍ଟଜ୍ଞ)ଆଉ ମୋବାଇଲ ଆପ ମାଧ୍ୟମରେ ଯାତ୍ରୀ ମାନେ ନିଜର ଯାତ୍ରାର ଟିକେଟ ବୁକିଙ୍ଗ କରିପାରିବେ ।

Get real time updates directly on you device, subscribe now.