fbpx

ଆସିଲା ସୁପ୍ରିମକୋର୍ଟଙ୍କ ରାୟ: ନୁପୂରଙ୍କ ଗିରଫଦାରୀ ଉପରେ ରୋକ୍ ଜାରି ରହିବ, ସମସ୍ତ FIR ଦିଲ୍ଲୀ ଟ୍ରାନ୍ସଫର ହେବ

Advertisement

ନୂଆଦିଲ୍ଲୀ: ପ୍ରୋଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ମୁଖପାତ୍ର ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଆଶ୍ୱସ୍ତି । ନୁପୂରଙ୍କ ବିରୋଧରେ ଦାୟର ହୋଇଥିବ ସମସ୍ତ ଏଫଆଇଆର ଦିଲ୍ଲୀ ଟ୍ରାନ୍ସଫର କରାଯିବ । ଏନେଇ ପୂର୍ବରୁ ନୁପୂର ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଆବେଦନ କରିଥିଲେ । ସେହିପରି ନୁପୂରଙ୍କ ଗିରଫଦାରୀ ଉପରେ ରୋକ ଜାରି ରହିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ।

ନୁପୂରଙ୍କ ବିରୋଧରେ ଦାୟର ହୋଇଥିବା ଏଫଆଇଆର ରଦ୍ଦ ଆବେଦନ ପାଇଁ ସୁପ୍ରିମକୋର୍ଟ ତାଙ୍କୁ ହାଇକୋର୍ଟରେ ୟାଚିକା ଦାଖଲ କରିବାକୁ କହିଛନ୍ତି । ନୁପୂରଙ୍କ ଉପରେ ଦାୟର ହୋଇଥିବା ସମସ୍ତ ଏଫଆଇଆର ଦିଲ୍ଲୀକୁ ଟ୍ରାନ୍ସଫର କରାଯାଇଥିବା ବେଳେ ତାହାକୁ ଏବେ ଦିଲ୍ଲୀ ପୋଲିସ ଯାଞ୍ଚ କରିବ । ନୁପୂରଙ୍କ ଜୀବନ ପ୍ରତି ବିପଦ ରହିଥିବା ସର୍ବୋଚ୍ଚ ଅଦାଲତ ସ୍ୱୀକାର କରିଛନ୍ତି ।

ଏହି ଶୁଣାଣି ଅବସରରେ ସୁପ୍ରିମକୋର୍ଟ ଯାଞ୍ଚ ଏଜେନ୍ସିଙ୍କ ଉପରେ କୌଣସି ସର୍ତ୍ତ ଲାଗୁ କରି ନାହାନ୍ତି । ଯଦି କୌଣସି ସହାୟତା ବା ରାଜ୍ୟ ଏଜେନ୍ସିଙ୍କ ଆବଶ୍ୟକତା ପଡ଼େ, ତେବେ ଆଇଏଫଏସଓ ଏନେଇ ସହାୟତା ନେଇ ପାରିବେ । ଯଦି କୌଣସି ଏଫଆଇଆର ନୁପୂରଙ୍କ ବିରୋଧରେ ଫାଇଲ ହୁଏ, ତେବେ ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ ।

Get real time updates directly on you device, subscribe now.