୨୯ ତାରିଖରେ ବନ୍ଦ ରହିବ ସବୁ ସ୍କୁଲ-କଲେଜ ଏବଂ ବିଶ୍ୱବିଦ୍ୟାଳୟ, ୩ ଦିନ ମଉଜ କରିବେ ପିଲା
ଲଗାତାର ତିନି ଦିନ ସ୍କୁଲ ଛୁଟି, ଜାଣନ୍ତୁ ଡିଟେଲ୍ସ
ଭୁବନେଶ୍ୱର: ପିଲାଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ଲଗାତାର ୩ ଦିନ କରିବେ ମଉଜ । ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ହୋଇଥିଲା । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ନୂଆଖାଇ ପର୍ବ ଉପଲକ୍ଷେ ୨୯ ତାରିଖ ଛୁଟି ରହିବ । ସବୁ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ୍ କୋର୍ଟ ଛୁଟି ରହିବ । ଏଥିପାଇଁ ସେପ୍ଟେମ୍ବର ୧୩ ଦ୍ୱିତୀୟ ଶନିବାର କାର୍ଯ୍ୟଦିବସ ଘୋଷଣା ହୋଇଛି ।
ସ୍କୁଲ ଛୁଟି: ଗଣପର୍ବ ନୂଆଖାଇ ପରଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ୨୯ ତାରିଖରେ ରାଜ୍ୟର ସବୁ ସ୍କୁଲ ବନ୍ଦ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି ।
୩ ଦିନ ପିଲା କରିବେ ମଉଜ: ୨୭ ଅଗଷ୍ଟ ଅର୍ଥାତ ଆସନ୍ତାକାଲି ଗଣେଶ ପୂଜା । ଏହି ଦିନ ବିଦ୍ୟାଳୟ ବନ୍ଦ ନଥିଲେ ମଧ୍ୟ ପାଠ ପଢାଯିବନି, ଗଣେଶ ପୂଜା ଉପଲକ୍ଷେ । ପିଲା ବୁଧବାର ଏହି ପର୍ବରେ ମଉଜ କରିବେ ।
୨୯ ଅଗଷ୍ଟରେ ନୂଆଖାଇ ଯୋଗୁଁ ସବୁ ସ୍କୁଲ ବନ୍ଦ ରହିବ । ଏହି ଦିନ ବି ପିଲା ମଉଜ କରିବେ । ୩୧ ତାରିଖ ରବିବାର । ଏହିଦିନ ବି ସ୍କୁଲ ଛୁଟି ରହିବ । ଅର୍ଥାତ ପିଲାଙ୍କ ପାଇଁ ଗୋଟିଏ ସପ୍ତାହରେ ୩ ଦିନ ସ୍କୁଲ ଛୁଟି ।
କଲେଜ ଛୁଟି: ନୂଆଖାଇ ପରଦିନ ଉଚ୍ଚ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ୨୯ ତାରିଖରେ ସବୁ କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ ରହିବ । ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ମଧ୍ୟ ଛୁଟି ଘୋଷଣା ହୋଇଛି ।