୬ ତାରିଖରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ; ଜାଣନ୍ତୁ କଣ ରହିଛି ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଥିବା ବେଳେ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସରକାର ଘୋଷଣା କରିଛନ୍ତି । ଆସନ୍ତା ୬ ତାରିଖରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇଛି ।

ସମସ୍ତ ଶ୍ରେଣୀରେ କ୍ଲାସରୁମ୍ ପାଠପଢା ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି । କରୋନା ଗାଇଡ ଲାଇନ ଅନୁସାରେ ପାଠପଢା ଜାରି ରଖାଯିବ । ପୂର୍ବରୁ କେବଳ ଅନ୍ତିମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମ୍ ବ୍ୟବସ୍ଥା ରହିଥିବା ବେଳେ ଅନ୍ୟମାନେ ଅନଲାଇନ ପାଠ ପଢୁଥିଲେ । ସମସ୍ତ ବୈଷୟିକ ଅନୁଷ୍ଠାନର ଲାଇବ୍ରେରୀ ଏବଂ ହଷ୍ଟେଲ ଖୋଲିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ୫ ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନର ହଷ୍ଟେଲ ଗୁଡିକ ଖୋଲାଯିବ ବୋଲି କୁହାଯାଇଛି । କ୍ଲାସରୁମ୍ ଶିକ୍ଷାଦାନ ଲାଗି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏସଓପି ସହିତ ନିର୍ଦ୍ଦେଶନାମା ଜାରି କରାଯାଇଛି ।