fbpx

ଆଇନ୍ ଆଗରେ ଝୁକିଲେ ‘ପୁଷ୍ପା’, ଗଣିଲେ ୭୦୦ ଟଙ୍କାର ଫାଇନ୍

ମୁମ୍ବାଇ:  ଆଇନ ଜାଲରେ ଫସିଲେ ‘ପୁଷ୍ପା’ ଓରଫ ଅଲ୍ଲୁ ଅର୍ଜୁନ । ଏହି ସାଉଥ ସୁରଷ୍ଟାରଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ହାଇଦ୍ରାବାଦ ପୁଲିସ ତାଙ୍କ ନାଁରେ କାଟିଛି ଚାଲାଣ । କଳା ରଙ୍ଗର କାଚ ଥିବା କାରରେ ବୁଲିବା ଏବେ ଅଲ୍ଲୁ ଅର୍ଜୁନଙ୍କୁ ମହଙ୍ଗା ପଡିଛି । ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କ ନାଁରେ ହାଇଦ୍ରାବାଦ ପୁଲିସ ଚାଲାଣ କାଟିଛି । ଅଲ୍ଲୁଙ୍କୁ ୭୦୦ ଟଙ୍କାର ଜରିମାନା ଭରିବାକୁ ପଡିଛି । ନିକଟରେ ଅଲ୍ଲୁ ଅର୍ଜୁନ ତାଙ୍କ ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର ଲଗ୍‌ଜୁରୀ ଏସ୍‌ୟୁଭି କାରରେ କଳା ରଙ୍ଗର କାଚ ଲଗାଇଥିଲେ । ଏହାପରେ ହାଇବ୍ରାଦାର ବିଜି ସେଣ୍ଟର ରୋଡ୍‌ରେ ଏହା ଦେଖି ତାଙ୍କ କାରକୁ ଅଟକାଇଥିଲା ପୁଲିସ । ଏହାପରେ କାରରେ କଳା କାଚ ଲଗାଇବା ଅଭିଯୋଗରେ ତାଙ୍କ ନାଁରେ କଟିଥିଲା ଚାଲାଣ । ତେବେ ଯେତେବେଳେ ଚାଲାଣ କଟିଥିଲା ସେତେବେଳେ କାରରେ ଅଲ୍ଲୁ ଅର୍ଜୁନ ଥିଲେ ନା ନାହିଁ ସେ ନେଇ କିଛି ସୂଚନା ମିଳିନାହିଁ ।

ସୂଚନା ମୁତାବକ, ଗାଡି ଗୁଡିକରେ ଟିଣ୍ଟେଡ୍‌ ଗ୍ଲାସ ବ୍ୟତୀତ ସନ୍‌ ଫିଲ୍ମ ଭଳି ଅନ୍ୟାନ୍ୟ ବିକଳ୍ପ ବ୍ୟବହାର କରାଯାଇପାରିବ ନାହିଁ ବୋଲି ୨୦୧୨ ସ୍ରୁିମକୋର୍ଟ ଏକ ନିୟମ ପାରିତ କରିଥିଲେ । କାରଗୁଡିକ ଟ୍ରାନ୍ସ ପରାଣ୍ଟ କାଚ ଲାଗିବ । ଯଦି ଏଥିରେ କିଏ ଖିଲାପ କରନ୍ତି ତେବେ ତାଙ୍କୁ ଜରିମାନା ମଧ୍ୟ ଭୋଗିବାକୁ ପଡିବ । ଉଲ୍ଲେଖଯୋଗ୍ୟ ଯେ, ‘ପୁଷ୍ପା’ର ସଫଳତା ପରେ ଅଲ୍ଲୁ ଅର୍ଜୁନ ଏବେ ଏହାର ସେକେଣ୍ଡ ପାର୍ଟର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଲୋକେ ଏହି ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତର ସହ ଅପେକ୍ଷା କରି ରହିଛନ୍ତି ।

Get real time updates directly on you device, subscribe now.