fbpx

ବିଗିଡ଼ିପାରେ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ, କଥା କଥାରେ ପିଲାଙ୍କୁ ଗାଳି ଦେଉଥିଲେ ମନେ ରଖନ୍ତୁ ଏହି କଥା

ଓଡ଼ିଶା ଭାସ୍କର: ପ୍ରତ୍ୟେକ ମାତା ପିତା ସେମାନଙ୍କ ପିଲାଙ୍କୁ ଉଚିତ ସଂସ୍କାର ଦେବାକୁ ଚାହିଁଥାନ୍ତି । କିନ୍ତୁ ଆଜିକାଲି ଏହା ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟି ଯାଇଛି । ପିଲାଙ୍କୁ ସୁଧାରିବା ପରିବର୍ତ୍ତେ ଛୋଟ ଛୋଟ କଥାରେ ଗାଳି ଦେଇଥାନ୍ତି ଯାହା ସେମାନଙ୍କ ମାନସିକ ତଥା ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏହା ପିଲାଙ୍କ ମନରେ ଅନେକ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିଥାଏ ।

ପିଲାଙ୍କୁ ଅନୁଶାସିତ କରିବା ପାଇଁ କିଛି ନିୟମ ରହିଛି ଏବଂ ସୀମା ମଧ୍ୟ ଯାହା ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟ ପାଇଁ ସହାୟକ ହୋଇଥାଏ । କିନ୍ତୁ କିଛି ମାତା ପିତା ଓ ଅଭିଭାବକ ପିଲାଙ୍କ ଉପରେ ଜବରଦସ୍ତି ହୁକୁମାତି କରିଥାନ୍ତି । ଘରର ପରିବେଶ ମଧ୍ୟ ପିଲାଙ୍କୁ ଉଚିତ ମାର୍ଗଦର୍ଶକ ଦେବାରେ ସାହାଯ୍ୟ କରିଥାଏ । ଅଧିକାଂଶ ସମୟରେ ମାତା ପିତାମାନେ ଗାଳି ଦେବା ଦ୍ୱାରା ଏହାର ବିପରିତ ପରିଣାମ ଭୋଗିବାକୁ ପଡ଼ିଥାଏ । ସବୁବେଳେ ମାତା ପିତାଙ୍କ କଂଟ୍ରୋଲିଂ ପ୍ରକୃତି ପିଲାଙ୍କ ଅତ୍ମବିଶ୍ୱାସକୁ ପ୍ରଭାବିତ କରିଥାଏ । ତେବେ ଆସନ୍ତୁ ଜାଣିବା ପିଲାଙ୍କ ସହ ଡିଲ୍ କରିବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ।

୧. ଆତ୍ମବିଶ୍ୱାସରେ ହ୍ରାସ: ସବୁବେଳେ ପିଲାଙ୍କ ଉପରେ କ୍ରୋଧିତ ହେଲେ ସେମାନଙ୍କ ଆତ୍ମବିଶ୍ୱାସରରେ ହ୍ରାସ ଦେଖାଦେଇଥାଏ । ପିଲାଙ୍କୁ ଅନୁଭବ ହୋଇଥାଏ କି ସେମାନେ ସବୁବେଳେ ଭୁଲ । ତେଣୁ ମାତା ପିତା ଓ ଅଭିଭାବକ ପିଲାଙ୍କୁ ପ୍ରୋତ୍ସାହିତ କରିବା ସହ ସକାରାତ୍ମକ ଭାବରେ ସେମାନଙ୍କ ମାର୍ଗଦର୍ଶନ କରାଇବା ଦ୍ୱାରା ସେମାନେ ପ୍ରତି କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି ।

୨. ମାନସିକ ଚିନ୍ତା: କ୍ରୋଧରେ ପିଲାଙ୍କୁ କିଛି ବି କହିଲେ ଏହାର ପ୍ରଭାବ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ଆପଣଙ୍କ ସହ କିଛି ବି ଶେୟାର କରିବାକୁ ଡରିଥାନ୍ତି । ପିଲାଙ୍କ ସୃଜନାତ୍ମକ କାର୍ଯ୍ୟଶୈଳୀ ପ୍ରଭାବିତ ହୋଇଥାଏ । ପିଲାମାନେ ସବୁବେଳେ ଚିନ୍ତା ଏବଂ ଡିପ୍ରେସନର ଶିକାର ହୋଇଥାନ୍ତି । ତେଣୁ ମାତା ପିତାଙ୍କ ଧୈର୍ଯ୍ୟର ସହ ପିଲାଙ୍କ ସହ ଡିଲ କରିବାକୁ ପଡ଼ିଥାଏ ।

୩. ସାମାଜିକ ବ୍ୟବହାରରେ ପରିବର୍ତ୍ତନ: ସବୁକଥାରେ ପିଲାଙ୍କ ଉପରେ କ୍ରୋଧିତ ହେଲେ ସେମାନେ ଏକାନ୍ତରେ ରହିବାକୁ ପସନ୍ଦ କରିଥାନ୍ତି । ସମାଜ ଠାରୁ ଏକ ପ୍ରକାର ନିଜକୁ ଦୂରେଇ ରଖନ୍ତି । ସାଙ୍ଗସାଥି, ଖେଳକୁଦ ଇତ୍ୟାଦି ନ କରି ଆଗ୍ରେସିଭ୍ କିମ୍ବା ଲାଜକୁଳା ସ୍ୱଭାବର ହୋଇଯାନ୍ତି । ଭବିଷ୍ୟତରେ ଏଭଳି ପିଲାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେଣୁ ପିଲାଙ୍କ ସାମଗ୍ରିକ ବିକାଶ ପାଇଁ ସୋମାନଙ୍କ ସହ ସମୟ ବିତାନ୍ତୁ ଏବଂ ସେମାନଙ୍କ ରୁଚି ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ ।

୪. ସମ୍ମାନ ଦିଅନ୍ତୁ: ମାତା ପିତାମାନେ ପିଲାଙ୍କ ସହ ମଧ୍ୟ ଉଚିତ ସମ୍ମାନ ପ୍ରଦର୍ଶନ କରିବା ଉଚିତ । ଏହା ଦ୍ୱାରା ସେମାନେ ମଧ୍ୟ ଆପଣଙ୍କ ପ୍ରତି ସମାନ ବ୍ୟବହାର କରିଥାନ୍ତି । ପିଲାଙ୍କ ବିଚାର ଏବଂ ଭାବନାକୁ ଶୁଣନ୍ତୁ । ଏହା ଦ୍ୱାରା ଅପଣ ସେମାନଙ୍କୁ ଭଲରେ ବୁଝିପାରିବେ ।

Get real time updates directly on you device, subscribe now.