ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପୂରଣ ହେବାକୁ ଥିବା ଅଙ୍ଗନବାଡ଼ି ୱାର୍କର ଓ ହେଲପର ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ମୋଟ ୨୫୪୫ଟି ପଦ ପୂରଣ ପାଇଁ ଗତ ଗତ ଜୁଲାଇ ମାସରେ ଏନେଇ ବିଜ୍ଞପ୍ତି ଜାରି କରାଯାଇଥିଲା । ଜୁଲାଇ ୭ରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଅଗଷ୍ଟ ୮ରେ ସମାପ୍ତ ହେବାର ଥିଲା । ତେବେ ପରବର୍ତ୍ତୀସ ମୟରେ ଉକ୍ତ ଆବେଦନ ଅବଧିକୁ ବୃଦ୍ଧି କରାଯାଇଥିଲା । ଏହା ମଧ୍ୟରେ ପୁରି ଥରେ ଉକ୍ତ ଆବେଦନ ସମୟସୀମାକୁ ବଢ଼ାଇ ଦିଆଯାଇଛି । ଡିସେମ୍ବର ୩୦ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ଏବେ ଏଥିରେ ଆବେଦନ କରିପାରିବେ ।
ସୂଚନାଯୋଗ୍ୟ ଯେ, ମୋଟ ୨୫୪୫ଟି ଖାଲି ପଦ ମଧ୍ୟରୁ ଅଙ୍ଗନବାଡ଼ି ୱାର୍କର ପାଇଁ ୨୬୩ଟି ପଦ ଓ ଅଙ୍ଗନବାଡ଼ି ହେଲପତର ପାଇଁ ୨୨୮୨ଟି ପଦ ସଂରକ୍ଷିତ ରହିଛି । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୯ ବର୍ଷ ଓ ସର୍ବାଧିକ ବୟସ ଯୋଗ୍ୟତା ୩୫ ବର୍ଷ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ, ଦ୍ୱାଦଶ ପାସ୍ ରହିଥିବା ଆବଶ୍ୟକ ।