fbpx

ଅଞ୍ଜନାଙ୍କୁ ସିବିଆଇର ପଚରାଉଚରା

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର): ୧୯୯୯ ମସିହାର ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲା ଓ ବିବନ ବିଶ୍ୱାଳ ଗିରଫ ପ୍ରସଙ୍ଗରେ ସିବିଆଇର ତଦନ୍ତ ଜାରି ରଖିଛି । ଏହି ମାମଲାରେ ଅଞ୍ଜନାଙ୍କ ଘରେ ୨ ଜଣିଆ ସିବିଆଇ ଟିମ ପହଞ୍ଚି ପଚରାଉଚରା କରିଛନ୍ତି । ସିବିଆଇ ସହ ଆଲୋଚନା ପରେ ଅଞ୍ଜନା ମିଶ୍ର ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ପ୍ରାୟ ୩୦ ମିନିଟ ଧରି ବିବିନ ବିଷୟ ନେଇ ସିବିଆଇ ସହ ଆଲୋଚନା ହୋଇଛି । ମୋ ପାଖରେ ଯାହା ତଥ୍ୟ ଥିଲା ଦେଇଛି । ସିବିଆଇ ଟିମ୍ ଯାହା ପଚାରିଲା କହିଛି । ଖୁବଶୀଘ୍ର ଚାର୍ଜସିଟ ଦାଖଲ କରିବା ଉପରେ ଗୁରୁତ୍ୱ ଦିଆଯିବ । ସିବିଆଉ ଉପରେ ଭରସା ପାଉନି ।’

Get real time updates directly on you device, subscribe now.