fbpx

ଲାଇଭ୍ ଟେଲିକାଷ୍ଟରେ ମାଛି ଢୋକିଦେଲେ ଆଙ୍କର: ନ୍ୟୁଜ୍ ପଢିବା ସମୟରେ ଘଟିଲା ଏମିତି

ନୂଆଦିଲ୍ଲୀ: ସାମ୍ବାଦିକତା କେବେ କୌଣସି ବାଧାବିଘ୍ନ ଦେଖିନଥାଏ ନା ଦେଖିଥାଏ ସମୟ । ଖବର ସଂଗ୍ରହ ହେଉ କିମ୍ବା ପରିବେଷଣ ସବୁବେଳେ ସଜାଗ ରହିବା ହେଉଛି ସାମ୍ବାଦିକତାର ଗୋଟିଏ ଲକ୍ଷ୍ୟ । ଏହି ବାଟରେ କେତେ ବାଧାବିଘ୍ନ ଆସିଲେ ବି ଲହାକୁ ଏଡାଇ ଲୋକଙ୍କ ପାଖରେ ଖବର ପହଞ୍ଚାଇବା ଜଣେ ସାମ୍ବାଦିକର କର୍ତ୍ତବ୍ୟ । ଏହି କର୍ତ୍ତବ୍ୟକୁ ଜଣେ ମହିଳା ଆଙ୍କର ସୂଚାରୁ ରୂପେ ତୁଲାଇଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।

ଭାଇରାଲ ହେଉଥିବା ଏହି ଭିଡିଓ ଜଣେ ଆଙ୍କର କେମିତି ପରିସ୍ଥିତିର ସାମନା କରିଛନ୍ତି । ଆଙ୍କର ମହାଶୟା ସଂପୂର୍ଣ୍ଣ ସଜାଗ ଏବଂ ତତ୍ପରତାର ସହ ପଢୁଛନ୍ତି ଖବର । କିନ୍ତୁ ହଠାତ ସାମ୍ନାକୁ ଆସିଲା ଏହି ଦୃଶ୍ୟ । ନ୍ୟୁଜ ପଢୁଥିବା ବେଳେ ଆଙ୍କରଙ୍କ ମୁହଁରେ ଗୋଟିଏ ମାଛି ପଶିଯାଇଛି ଯାହାକୁ ସେ ଢୋକିଦେଇଛନ୍ତି । କାନାଡା ଗ୍ଲୋବାଲ ନ୍ୟୁଜ୍ ଚ୍ୟାନେଲରେ ଏମିତି ଏକ ଦୃଶ୍ୟ ଭାଇରାଲ ହେଉଛି । ଆଙ୍କର ଫରାହା ନାସେର ନ୍ୟୁଜ୍ ପଢିବା ସମୟରେ ତାଙ୍କୁ ଏପରି ଏକ ଘଟଣାର ସାମନା କରିବାକୁ ପଡିଛି । ତେବେ ସେ ନିଜେ ତାଙ୍କର ଏହି ଭିଡିଓ କ୍ଲିପଟିକୁ ସେୟାର କରିଥିଲେ । ନ୍ୟୁଜ୍ ପଢିବା ସମୟରେ ହଠାତ ଏହି ଘଟଣା ଘଟିଯାଇଥିଲା । ଯାହାକୁ କି ସେ ଖାତିର ନକରି ଲାଇଭ ବୁଲେଟିନ ଶେଷ କରିଥିଲେ ।

ମଙ୍ଗଳବାର ଦିନ ଆଙ୍କର ନାସେର ପାକିସ୍ତାନରେ ବନ୍ୟା ସମ୍ପର୍କରେ ଖବର ପରିବେଷଣ କରିବା ସମୟରେ ତାଙ୍କ ପାଟିରେ ହଠାତ ମାଛି ପଶିଯାଇଥିଲା । ତେଣୁ ସେ ସାମାନ୍ୟ ବିଚଳିତ ହୋଇ କିଛି ସମୟ ଅଟକି ଯାଇଥିଲେ । ସବୁଠାରୁ ବଡକଥା ହେଲା ସେ ମାଛିଟିକୁ ପାଟିରୁ ବାହାର ନକରି ବରଂ ଢୋକିଦେଇଥିଲେ ଏବଂ ନ ଅଟକି ଲଗାତାର ସେହିଭଳି ଖବର ପରିବେଷଣ କରିଥିଲେ । ଏଭଳି ଏକ ପରିସ୍ଥିତିକୁ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ କରିଛନ୍ତି । ଏବେ ତାଙ୍କର ଏହି ଭିଡିଓ ଭାଇରାଲ ହେଉଛି ।

Get real time updates directly on you device, subscribe now.