fbpx

କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ!

ବୌଦ୍ଧ,୧୦ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ନେତା ମନ୍ତ୍ରୀ, ସେଲିବ୍ରିଟଙ୍କ ଠାରୁ ଆରମ୍ଭ କରି ଅନେକ ସାମ୍ବାଦିକମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ଏହାରି ମଧ୍ୟରେ ବୌଦ୍ଧ ଜିଲ୍ଲାର ଦୁର୍ବାକ୍ଷ ବସ୍ତିଆ ନାମକ ଜଣେ ସାମ୍ବାଦିକଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା । କରୋନା ମହାମାରୀରେ ସଂକ୍ରମିତ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ତେବେ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆ ଓଡିଶାର ଦୈନିକ ଖବରକାଗଜ ‘ଓଡିଶା ଭାସ୍କର’ର କଣ୍ଟାମାଳ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ । ଦୁଇ ଦିନ ଜ୍ୱର ହେବା ପରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି ।

Get real time updates directly on you device, subscribe now.