fbpx

ମିିତ୍ତଲ କଲେ ବଡ ଘୋଷଣା, ଦେଶର ଏହିଠାରେ ନିର୍ମାଣ କରିବେ ବିଶ୍ୱର ବୃହତ୍ତ ଇସ୍ପାତ କାରଖାନା, ୨୦୨୯ ସୁଦ୍ଧା ସରିବ କାମ

ନୂଆଦିଲ୍ଲୀ: ଗୁଜରାଟ ସମ୍ମିଳନୀରେ ଜଣଙ୍କ ପରେ ଜଣେ ବିଜନେସମ୍ୟାନ ବଡ ଆକାରରେ ନିବେଶ କରିବା ନେଇ ଘୋଷଣା କରିଛନ୍ତି । ଦେଶର ସୁନାମଧନ୍ୟ ଇସ୍ପାତ ବ୍ୟବସାୟୀ ଲକ୍ଷ୍ମୀ ମିତ୍ତଲ ମଧ୍ୟ ଏହି ସମ୍ମିଳନୀରେ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଆର୍ସେଲର ମିତ୍ତଲ ଗୁଜରାଟର ହଜିରାରେ ବିଶ୍ୱର ସବୁଠାରୁ ବଡ ଇସ୍ପାତ ନିର୍ମାଣ କାରଖାନା ପ୍ରତିଷ୍ଠା କରିବ । ସେ କହିଛନ୍ତି ୨୦୨୯ ସୁଦ୍ଧା ଏହା ନିର୍ମାଣ ହୋଇଯିବ ।

ବୁଧବାର ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀର ଉଦଘାଟନ ଦିବସରେ ସେ ଏହା କହିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ଲକ୍ଷ୍ମୀ ମିତ୍ତଲ ଷ୍ଟିଲ କମ୍ପାନୀ ଆର୍ସେଲର ମିତ୍ତଲର ଅଧ୍ୟକ୍ଷ ଅଛନ୍ତି । ମିତ୍ତଲ କହିଛନ୍ତି ଏହି ଷ୍ଟିଲ୍ ପ୍ଲାଣ୍ଟର ବାର୍ଷିକ ଦକ୍ଷତା ୨୪ ମିଲିୟନ ଟନ୍ ହେବ । ସେ କହିଛନ୍ତି ସମ୍ମିଳନୀରେ ହଜିରା ପ୍ଲାଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ଲାଗି ଆର୍ସେଲର ମିତ୍ତଲ ଗୁଜରାଟ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି ।

୨୦୨୧ରେ ପ୍ଲାଣ୍ଟର ପ୍ରଥମ ପର୍ଯ୍ୟାୟ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମି ପୂଜା କରିଥିଲେ । ଏହି ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଏବେ ଜାରି ରହିଛି ଓ ୨୦୨୯ରେ ଏହା ପୁରା ହୋଇଯିବ ।
ଏଠାରେ ସୂଚାଇ ଦିଆଯାଇପାରେ କି ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀର ଆଜି ଅର୍ଥାତ୍ ବୁଧବାର ଉଦଘାଟନ ଦିବସ ଥିଲା । ଏହି ସମ୍ମିଳନୀ ଗାନ୍ଧୀ ନଗରରେ ଆୟୋଜିତ ହେଉଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବହୁ କେନ୍ଦ୍ରୀୟ ମନ୍ତ୍ରୀ ଓ ସାରା ବିଶ୍ୱରୁ ବହୁ ନାମୀଦାମୀ ବ୍ୟବସାୟୀ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.