ବିଗ ବସର ଘରୋଇ ଝଗଡା, ଚିରିକି ଫାଡ଼ିଦେବି ବୋଲି ଧମକ ଦେଲେ ଅର୍ଚ୍ଚନା ଗୌତମ

ମୁମ୍ବାଇ: ଏହି କିଛି ଦିନ ହେଲାଣି ବିଗ ବସର ଘରୋଇ ଝଗଡା ପ୍ରତିଦିନ ଦେଖିବାକୁ ମିଳୁଛି । ବର୍ତ୍ତମାନ ନୂଆ ଏପିସୋଡରେ ସାଜିଦ ଏବଂ ଅର୍ଚ୍ଚନାଙ୍କ ଭିତରେ ଝଗଡା ଲାଗୁଛି । ଏହି ଝଗଡା ମଧ୍ୟରେ ବାପା ମାଆଙ୍କୁ ନେଇ ମଧ୍ୟ ଝଗଡା କରିଛନ୍ତି । ଏପିସୋଡ଼ର ଏକ ନୂଆ ପ୍ରମୋ ଭିଡ଼ିଓରେ ଏହାର ଝଲକ ଦେଖିବାକୁ ମିଳିଛି ।

ପ୍ରମୋରେ ଅର୍ଚ୍ଚନା ଏବଂ ସାଜିଦ ରାସନ କମ କରିବା ଲିଷ୍ଟ ଟାକ୍ସକୁ କରୁଥିବାର ଦେଖାଦେଇଛନ୍ତି । ପୁରା ଟାସ୍କରେ ସାଜିଦ ଖାନ, ଅର୍ଚ୍ଚନା ଗୌତମଙ୍କ ଶୋରୁ ବାହାର କରିବା ନେଇ ମଜାକ ଉଡାଉଥିବାର ଦୃଶ୍ୟ ଦେଖାଦେଇଛି । ସେ କହିଛନ୍ତି ଯେ, ଶୋ ର ନିର୍ମାତାଙ୍କୁ ବିନତୀ କରିବା ପରେ ମଧ୍ୟ ଅର୍ଚ୍ଚନାଙ୍କୁ ଶୋ ରୁ କଢାଯାଇଥିଲା । ପୁଣି ତାଙ୍କ ବାପା କୁଆଡେ ଏହି ଶୋମ ର ମାଲିକ । ଏହିପରି ଭାବେ ସାଜିଦ ଅର୍ଚ୍ଚନାଙ୍କ ମଜାକ ଉଡାଉଛନ୍ତି ।

ତେବେ ଏହି ପ୍ରତିକ୍ରିୟାର ଉତ୍ତର ଦେଇ ଅର୍ଚ୍ଚନା କହିଛନ୍ତି ଯେ, ମୋ ବାପାଙ୍କ ପାଖେ ସେତିକି ଟଙ୍କା ଅଛି ବୋଲି ସେ ବିଗବସର ମାଲିକ ହୋଇଛନ୍ତି । ତୁମେ ବି ତୁମ ବାପାଙ୍କୁ କୁହ ସେ ଚଳାଇନେବେ । ଅର୍ଚ୍ଚନାଙ୍କ ଏହି କଥା ଶୁଣି ସାଜିଦ ନିଜ ନିୟନ୍ତ୍ରଣ ହରାଇ ବସିଛନ୍ତି । ସେ ଅର୍ଚ୍ଚନାଙ୍କୁ କହିଛନ୍ତି ତୁ ମୋ ବାପାଙ୍କ ନାମ କଣ କହୁଛୁ ନିଜ ଯୋଗ୍ୟତା ଦେଖେ । ଅର୍ଚ୍ଚନା କହିଛନ୍ତି ଯେ, ତୁ ମୋ ବାପା ମାଆଙ୍କ ଉପରକୁ କାହିଁକି ଯାଉଛୁ ତୋ ମାଆ ଉପରକୁ ଯାଆ । ଏହି କଥା କହି ଚିଲେଇକି କହିଲେ ମୁଁ ତୋତେ ଚିରିକି ଫାଡିଦେବି ।

ଏହି ଝଗଡା ପରେ ସାଜିଦ ଇମୋସନାଲ ହୋଇଯାଇଛନ୍ତି ସେ କହିଛନ୍ତି ଯେ, ମୋ ବାପାଙ୍କ ମରିବା ୪୦ବର୍ଷ ହୋଇଗଲାଣି, ଆଜି ତୁ ତାଙ୍କ ନାଆରେ ମୋତେ କହିଦେଲୁ । ଏହାପରେ ଅର୍ଚ୍ଚନା କହୁଛନ୍ତି ଏହା ସବୁ ଷଡଯନ୍ତ୍ର ଥିଲା ମୋ ପାଇଁ, ସେ ହିଁ ମୋ ବାପାଙ୍କ ନାମ ଆଗ ଉଠାଇଥିଲା ।

Get real time updates directly on you device, subscribe now.