fbpx

କିଲୋ ପିଛା ୨୦୦ ଟଙ୍କା ଛୁଇଁଁବ ଡାଲି ! ଦର ବୃଦ୍ଧି ନେଇ ଖାଉଟି ଅସନ୍ତୋଷ

Advertisement

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ୁଛି ଅତ୍ୟାବଶ୍ୟକ ସାମଗ୍ରୀର ଦର, ଯାହାକୁ ନେଇ ଚିନ୍ତାରେ ଏବେ ସାଧାରଣ ଖାଉଟି । ଆଗରୁ ତେଲ, ଅଟା, ଚାଉଳ ବଢିଥିବାବେଳେ ଏବେ ଡାଲି ଦର ବୃଦ୍ଧିରେ ଖାଉଟି ପୁରା ହତାଶ। କାରଣ ଖୁଚୁରା ବଜାରରେ ଡାଲି ଦର ଦିନକୁ ଦିନ ବଢି ବଢି ଚାଲିଛି। ଦିନକୁ ଦିନ ନୂଆ ରେକର୍ଡ କରିବାରେ ଲାଗିଛି ଡାଲି ଦର। ବର୍ଷେ ପୂର୍ବରୁ କିଲୋ ପିଛା ୧୩୦ ଟଙ୍କାରେ ବିକ୍ରି ହେଉଥିବା ହରଡ ଡାଲି ଏବେ ୧୭୦ ଟଙ୍କାରେ ବିକ୍ରିହେଉଛି। ଆଗକୁ କିଲୋ ପିଛା ୨୦୦ ଟଙ୍କା ଛୁଇଁଁବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଦର ବର୍ତ୍ତମାନ ଏତେ ବଢି ଯାଇଛି ଯେ, ଦେଶରେ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଲାଣି। ବିଭିନ୍ନ ସାମଗ୍ରୀ ମଧ୍ୟରେ ବଜାରରେ ଡାଲି ଦର ସବୁଠୁ ଅଧିକ ବୃଦ୍ଧି ଘଟିଥିବା ଜଣାଯାଇଛି। ଏମିତିକି ବର୍ଷକ ମଧ୍ୟରେ ହରଡ ଡାଲି ଦର ୩୭ ପ୍ରତିଶତ ବୃଦ୍ଧି ଘଟିଛି। ଦେଶର ବିଭିନ୍ନ ଭାଗରେ ବର୍ତ୍ତମାନ କିଲୋ ପିଛା ୧୭୦ ରୁ ୧୮୦ ଟଙ୍କାରେ ବ୍ରିକି ହେଉଛି। ଅପରପକ୍ଷେ ଏଥର ଦେଶର ଅଧିକାଂଶ ରାଜ୍ୟରେ ବର୍ଷା ପରିମାଣ ୧୫ ରୁ ୨୫ ପ୍ରତିଶତ ହ୍ରାସ ପାଇଛି। ଏହାର ପ୍ରଭାବରେ ଡାଲି ଫସଲ ଅମଳ ହ୍ରାସ ଘଟିବାର ସମ୍ଭାବନା ରହିଛି। ତେଣୁ ବଜାରରେ ଡାଲି ଦର ବୃଦ୍ଧି ଘଟିବା ଆଶଙ୍କା କରାଯାଉଛି। ପୂର୍ବରୁ ମରୁଡି ଯୋଗୁ ଘରୋଇ କ୍ଷେତ୍ରରେ ମୁଗ ଡାଲି ଉତ୍ପାଦନ ପ୍ରଭାବିତ ହୋଇଛି।

Get real time updates directly on you device, subscribe now.