fbpx

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନ୍ୟାୟିକ ହେପାଜତ ଜୁଲାଇ ୨୫ ପର୍ଯ୍ୟନ୍ତ ବଢ଼ିଲା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧି ପୁଣି ବୃଦ୍ଧି କରାଯାଇଛି । ଦିଲ୍ଲୀ ମଦ ଘୋଟାଲା ମାମଲାରେ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଉଜ ଏଭିନ୍ୟୁ କୋର୍ଟ । ଆଜି ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଅବକାରୀ ନୀତି ଘୋଟାଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ତେବେ ସିବିଆଇ ଦ୍ୱାରା ଦାୟର ହୋଇଥିବା ମାମଲା କାରଣରୁ କେଜ୍ରିୱାଲ ଏବେ ଜେଲରେ ରହିବେ ।

ଗତ ମାସ ୨୬ ତାରିଖରେ ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ସିବିଆଇ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ଏବେ ସିବିଆଇ ମାମଲାରେ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ବୃଦ୍ଧି କରାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜାମିନ ମିଳିବା ପରେ ବି କେଜ୍ରିୱାଲ ଏବେ ବି ଜେଲରେ ରହିବେ । କାରଣ ସିବିଆଇ କେଜ୍ରିୱାଲଙ୍କୁ ଅବକାରୀ ନୀତି ଘୋଟାଲା ସହ ଜଡ଼ିତ ଭ୍ରଷ୍ଟାଚାରର ଏକ ମାମଲାରେ ଗିରଫ କରିଥିଲା । ଉକ୍ତ ମାମଲାରେ ଆଜି ରାଉଜ ଏଭିନ୍ୟୁ କୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । ସିବିଆଇ ଦ୍ୱାରା ଗିରଫଦାରୀ ମାମଲାରେ ଆଜି ରାଉଜ ଏଭିନ୍ୟୁ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଜୁଲାଇ ୨୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତେଣୁ ଏବେ କେଜ୍ରିୱାଲ ଜେଲରେ ହିଁ ରହିବା ସ୍ପଷ୍ଟ ହୋଇଯାଇଛି ।

Get real time updates directly on you device, subscribe now.