ଅଭିନୟ ନୁହେଁ ନିର୍ଦ୍ଦେଶନା ପାଇଁ ଆର୍ୟନଙ୍କ ପ୍ରବଳ ଇଚ୍ଛା, ଆସନ୍ତା ବର୍ଷ ରିଲିଜ ହେବ ୱେବ ସିରିଜ

ମୁମ୍ବାଇ: ବଡ଼ ପରଦାରେ ନୁହେଁ ବରଂ ପରାଦା ପଛରେ ରହିବାକୁ ପସନ୍ଦ କରୁଛନ୍ତି ଆର୍ୟନ । କାରଣ ଆର୍ୟନଙ୍କ ଆଗ୍ରହ ଅଭିନୟରେ ନାହିଁ । କିନ୍ତୁ ନିର୍ଦ୍ଦେଶନା କ୍ଷେତ୍ରରେ ସେ ନିଜ କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି । ସେଥିପାଇଁ ନିର୍ଦ୍ଦେଶନାରେ ହିଁ ଡେବ୍ୟୁ କରିବାକୁ ଯାଉଛନ୍ତି ଆର୍ୟନ । ଏ ନେଇ ଶାହାରୁଖ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଯେଉଁଥିରେ ସେ ପୁଅ ଅର୍ୟନଙ୍କ ସମ୍ପର୍କରେ ତାଙ୍କ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି । ଆସନ୍ତା ବର୍ଷ ନେଟଫ୍ଲିକ୍ସ ଏବଂ ଶାହାରୁଖଙ୍କ ରେଡ୍ ଚିଲି ୟୁନିକ୍ ବଲିଉଡ୍ ସିରିଜ ଆଣିବାକୁ ଯାଉଛି । ଆଉ ଏଥିରେ ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରିବେ ଆର୍ୟନଏହାର ପ୍ରଯୋଜନା ଭାର ସମ୍ଭାଳିବେ ମା’ ଗୌରୀ ଖାନ୍ । ଯାହା କିଙ୍ଗଖାନ୍ ଓ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ବଡ଼ ମୁହୂର୍ତ୍ତ ବୋଲି ସେ କହିଛନ୍ତି । ଆର୍ୟନ ଖାନ ୟୁଏସସି ସ୍କୁଲ ଅଫ ସିନେମାଟିକ୍ ଆଟ୍ସରେ ଗ୍ରାଜୁଏଶନ୍ କରିଛନ୍ତି । ତେବେ ରିଲିଜ ହେବାକୁ ଥିବା ୱେବ୍ ସିରିଜରେ ଜଣେ ବାହାରି ଲୋକ ପାଇଁ ବଲିଉଡ୍ କିପରି ହୋଇଥାଏ ତାହାକୁ ଦର୍ଶାଯାଇଛି । ମୋଟାମୋଟି ଭାବେ କହିବାକୁ ଗଲେ ସିରିଜଟିରେ ଡ୍ରାମା ଓ ଗ୍ଲାମର ଦେଖିବାକୁ ମିଳିବ । ଆର୍ୟନଙ୍କ ଭଉଣୀ ସୁହାନା ଖାନ୍ ଫିଲ୍ମରେ ନିଜ ଭାଗ୍ୟ ଆପଣେଇ ସାରିଛନ୍ତି । ୨୦୨୩ରେ ରିଲିଜ ହୋଇଥିବା ‘ଦ ଆର୍ଚିଜ୍’ ତାଙ୍କ ଡେବ୍ୟୁ ଫିଲ୍ମ ଥିଲା । ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସି ନ ଥିଲା । ଆର୍ୟନ ଏବେ ନିର୍ଦ୍ଦେଶନାକୁ ଆପଣାଇବାକୁ ଯାଉଛନ୍ତି । ସେ କେତେ ଭଲ ନିର୍ଦ୍ଦେଶନା ଦେଉଛନ୍ତି ତାହା ୱବ ସରିଜ ରିଲିଜ ହେବା ପରେ ହିଁ ଜଣାପଡ଼ିବ ।